ରାଇପଦା ନିକଟରେ କାର-ସ୍କୁଟି ମୁହାମୁହିଁ ଧକ୍କା, ୨ ଗୁରୁତର

0 57

ଘୁ.ଉଦୟଗିରି: ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟିକା ସମୟରେ ବାଲିଗୁଡ଼ା ଅଭିମୁଖେ ଯାଉଥିବା ଓଡ଼ି ୧୨ ଏ ୩୩୪୪ ମାରୁତି ସୁଜୁକି କାର ସହ କଳିଙ୍ଗା ଅଭିମୁଖେ ଯାଉଥିବା ଓଡ଼ି ୦୭ଏଜି ୫୦୨୦ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ସ୍କୁଟି ଚାଳକ କନିୟା ମଲ୍ଲିକ, ପିତା ଲଡ଼ୁ ନାଥ ମଲ୍ଲିକ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ଉଭୟଙ୍କ ଘର ଗ୍ରାମ ଭଞ୍ଜନଗର ବ୍ଲକ ଜାମପଲି ଗ୍ରାମର ବୋଲି ଜଣାପଡିଛି । କାରଟିକୁ ଫିରିଙ୍ଗିଆ ଓଡ଼ିଆ ସାହିର ଧ୍ରୁବ ଚରଣ ମଲ୍ଲିକ ଚଳାଉଥିବା ବେଳେ ତାଙ୍କ ସାଥିରେ ୪ ଜଣ ବସିଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୋଲିସ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଏସଆଇ ଅନନ୍ତ କୁମାର ପ୍ରଧାନ ପହଞ୍ଚି ନିଜ ଗାଡ଼ିରେ ସ୍ଥାନୀୟ ମେଡିକାଲ ନେଇଥିବା ବେଳେ କାର୍ଯ୍ୟରତ ଡାକ୍ତର ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନତରିତ କରାଯାଇଥିବା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 + 4 =