କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

0 32

ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଦୁଗୁଡ଼ି ପାରି ଗ୍ରାମର ଜଣେ ନାବାଳିକା କଳିଙ୍ଗା ଶିବମନ୍ଦିର ନିକଟରେ ରହୁଥିବା ନିଜ ବଡ଼ ଭଉଣୀଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଯିବା ପରେ ନିଜ ଓଢେ଼ାଣି ବେକରେ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସକାଳେ ସମସ୍ତେ ଉଠିଲା ପରେ ଦେଖିଲେ ଯେ ଝିଅ ଆତ୍ମହତ୍ୟା କରିଛି । ଏହି ଖବର ବଡ଼ ଭଉଣୀ ନିଜ ବାପା ମାଁଙ୍କୁ ଜଣେଇ ଡାକିବା ପରେ ସମସ୍ତ ଗ୍ରାମବାସୀ ମଧ୍ୟ ଜାଣିଥିଲେ । ନାବାଳିକା ଜଣକ +୨ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ଘୁ. ଉଦୟଗିରି ପୋଲିସ ଥାନା ଆଇ ଆଇ ସି ଅଜୟ କୁମାର ସ୍ୱାଇଁ, ଏସ ଆଇ ଅନନ୍ତ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ବୁଝିଥିଲେ ଓ ମୃତ ନାବାଳିକାର ପିତାଙ୍କ ଲିଖିତ ଏତଲା ପରେ ଏକ ଅପମୃତ୍ୟୁ ମାମଲା ୪/୨୩ ରେ ଏକ କେସ ରୁଜୁ କରି ମୃତ ଶରୀରକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

5 × one =