ୟୁନିୟନ ଆରସେଟି ପକ୍ଷରୁ ଛତୁ ଚାଷ ତାଲିମ

0 72

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ବି. ଅନ୍ତରଡା ଗ୍ରାମ ପଞ୍ଚାୟତର ମାଣିକ ପୁର ଗ୍ରାମ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ୧୦ ଦିନିଆ ଛତୁ ଚାଷ ତାଲିମ ଦିଆଯାଉଛି । ୧୧.୮ ୨୦୨୨ ତାରିଖଠାରୁ ୨୦.୮. ୨୦୨୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଉଦଘାଟନୀ ଉତ୍ସବରେ ପାରଳାଖେମୁଣ୍ଡି ଏଲ. ଡ. ଏମ୍‌ ମହେଶ୍ୱର ମଣ୍ଡଳ,ବି.ପି.ଏମ୍‌ ସତ୍ୟବାଦୀ ପାଇକ,ଆର. ସେ.ଟି ଅଧ୍ୟାପକ ଦିଲୀପ କୁମାର ତନ୍ତି ଓ ଲଳିତ ମାଝୀ ଯୋଗ ଦେଇଥିଲେ । ମୋଟରେ ୩୫ ଜଣ ତାଲିମପାର୍ଥୀ ଉପସ୍ଥିତ ଥିଲେ । ଆଇ.ସେ. ଟି ର ଡୋମିନ ସ୍କିଲ ଟ୍ରେନର (ଡି ଏସ ଟି) ଲିଙ୍ଗରାଜ ପାଣିଗ୍ରାହୀ ତାଲିମପାର୍ଥୀମାନଙ୍କୁ ବିଭିନ୍ନ ପ୍ରକାର ଛତୁ ଚାଷ ଓ ଏହା କିପରି ମହିଳା ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣି ପାରିବ । ମୁଖ୍ୟତଃ ଆମ ଅଞ୍ଚଳରେ ଖରା ଦିନିଆ ପାଳ ଛତୁ ଓ ଶୀତ ଦିନିଆ ଧିଙ୍ଗିରି ଛତୁକୁ ଗୁରୁତ୍ୱ ଦିଆଯାଇ ଏକ ଛତୁ ୟୁନିଟ କରିବାକୁ ହେଲେ ଆମକୁ ମୁଖ୍ୟତଃ ଛତୁ ବାଉଁଶ ତିଆରି ଘର, ନଡ଼ାର ସାଇଜ ଦେଢ଼ ଫୁଟ, ବିହନ, ବେସନ ଖାଦ୍ୟ, ପଲିଥିନ, ବିଶୋଧନ କୁଣ୍ଡ, ନଡା କଟର,ତାପମାତ୍ରା ଓ ଆଦ୍ରତା ମାପକ ଯନ୍ତ୍ର ନିହାତି ଆବଶ୍ୟକ ନଡ଼ାକୁ କିପରି ବିଶୋଧନ କରିବା ବେଡ଼ ପ୍ରସ୍ତୁତି ସଠିକ ଯତ୍ନ ଓ ସଠିକ ଅମଳ ତଥା ଗୋଟିଏ ବେଡ଼ ତିଆରି ପାଇଁ କେତେ ବିଡା ନଡ଼ା, କେତେ ମଞ୍ଜି, କେତେ ଖାଦ୍ୟ ସହ ତାପମାତ୍ରା ଆଦ୍ରତା, ପାଣି ଓ ପବନ ପରିଚାଳନା ସହ ଆଲୋକ ଉପରେ ଗୁରୁତ୍ୱ ଦିଆଯାଇଛି । ଶେଷରେ ଉଦ୍ୟୋଗୀକା ବିକାଶ ପାଇଁ ମହିଳା ମାନେ ସ୍ୱାବଲମ୍ବୀ କିପରି ହୋଇ ପାରିବେ ତାଲିମ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

eleven − two =