ଆଜାଦି କା ଅମୃତ ମହୋତ୍ସବ ଅବସରରେ ବାଲୁକା କଳା

0 82

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଥିମକୁ ନେଇ ଡିଡିଏ ଦ୍ୱାରା ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବାଲୁକା କଳା ନିର୍ମାଣ କରିଥିଲେ । ପ୍ରତ୍ୟେକ ଭାରତୀୟ ଆଜି ଭିନ୍ନ ଭିନ୍ନ ଉପାୟରେ ଏହି ମହୋତ୍ସବକୁ ପାଳନ କରୁଛନ୍ତି । ମାନସ ମଧ୍ୟ ଏକ ନିଆରା ପରିକଳ୍ପନା କରିଛନ୍ତି ଏହି ଆର୍ଟ ମାଧ୍ୟମରେ ଏହି ବାଲୁକା କଳା ରେ ଦେଶ କିପରି ଉନ୍ନତି ପଥରେ ଆଗେଇ ଚାଲିଛି ତାହା ଦର୍ଶାଯାଇଛି । ଏଠାରେ ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବା ସହିତ, ଡିଡିଏ ର ସମସ୍ତ ଅଧିକାରୀ, କର୍ମଚାରୀ ମାନେ ଆଜାଦି କି ଅମୃତ ମହୋତ୍ସବ ଉପରେ ମଧ୍ୟ ବାଲୁକା କଳା ନିର୍ମାଣ କରିଥିଲେ । ଏହି ବାଲୁକା କଳାଟି ଦିଲ୍ଲୀ ର ଯମୁନା ନଦୀ କୂଳରେ ନିର୍ମାଣ କରାଯାଇଥିଲା । ଏହି ବାଲୁକା କଳାଟି ୨୦ଫୁଟ ଓସାର ୬ଫୁଟ ଲମ୍ବ ଏବଂ ଏଥିରେ ୪୦ଟନ ବାଲି ଉପଯୋଗ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × 4 =