ବ୍ଲକସ୍ତରୀୟ ଖାଉଟି ସଚେତନତା କର୍ମଶାଳା

0 114

ଜଗତସିଂହପୁର : ତିର୍ତ୍ତୋଲ ଠାରେ ସ୍ଥାନୀୟ ତ୍ରିଶକ୍ତି ମହାସଙ୍ଘ ସଭାଗୃହରେ ଏନ୍‌.ଏସ୍‌.ଓ ଅନୁଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ବ୍ଲକସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତରୁ ସ୍ୱୟଂ ସହାୟିକା ଦଳର ସଭାନେତ୍ରୀ ଓ ସମ୍ପାଦକ ଗୋବିନ୍ଦ ଓଝା ଅତିଥି ପରିଚୟ ଓ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ଥାନା ଆଇଆଇସି ଯୁଗଳ କିଶୋର ଦାସ ଯୋଗଦେଇ ସାଇବର କ୍ରାଇମ୍‌ ରେ ସଚେତନ ନହେଲେ ଆକାଉଣ୍ଟ ଖାଲି ହୋଇଯିବ ବୋଲି ଆଲୋପାତ କରିଥିଲେ । ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ସଭ୍ୟା ବିଜୟ ଲଷ୍ମୀ ମହାପାତ୍ର ଅସାଧୁ ବ୍ୟବସାୟୀ କିପରି ଠକାମୀ କରୁଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ । ମହାସଙ୍ଘର ସଂପାଦିକା ଆରତୀ ଦାସ,ସଭାନେତ୍ରୀ ଝୁନିବାଳା ଦାସ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ “ରସା ‘ ସଂଗଠନର ସଂପାଦକ ନିରଞ୍ଜନ ବାରିକ, ଯୋଗଦେଇ ଖାଉଟି ସୁରକ୍ଷା ଆଇନ୍‌ ସମ୍ପର୍କରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ବୈଧ ମାପ ବିଜ୍ଞାନ ବିଭାଗ ନିରୀକ୍ଷକ ରତିକାନ୍ତ ନାୟକ ଓ ନିହାର ରଞ୍ଜନ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 1 =