ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ : ଦୁଇ ଅଭିଯୁକ୍ତ ଗିରଫ

0 27

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାକୁ ସେହି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗାଁର ଦୁଇଜଣ ଯୁବକ ନାବାଳିକାଙ୍କ ମାମୁଁ ଘରୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ନାବାଳିକାଙ୍କର ମାଁ ଏନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୁଲିସ ଉକ୍ତ ନାବାଳିକା ସହ ଦୁଇ ଅଭିଯୁକ୍ତକୁ ପାଟଣାଗଡର ଏକ ନିର୍ଦ୍ଦିଷ୍ଟ ଧର୍ମଶାଳାରୁ ଉଦ୍ଧାର କରିଥିଲା । ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଦୁଇ ଯୁବକଙ୍କ ନାମରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁ ର ବିକାଶ ସାହୁ (୨୩) ଓ ଦେବରାଜ ନାଏକ(୩୨) ଙ୍କୁ ଆଜି ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଥିଲା । କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କଠାରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

three × 3 =