୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ବିଜୟା ୟୁଥ କ୍ଲବ ବିଜୟୀ

0 70

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁରରେ ବିଜୟା ୟୁଥ କ୍ଲବ ଆନୁକୂଲ୍ୟରେ ଉଦଘାଟନୀ ମ୍ୟାଚ ସଂଗ୍ରାମପୁର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନୀ ମ୍ୟାଚରେ ବିଜୟା ୟୁଥ କ୍ଳବ ବୌଦ୍ଧ ଓ ରଘୁନାଥ କ୍ଳବ ଖୋର୍ଦ୍ଧା ମଧ୍ୟରେ ଖେଳ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୧-୧ ଗୋଲ କରିବାରୁ ଖେଳ ଅମୀମାଂସିତ ରହିଥିଲା । ଫଳରେ ଟ୍ରାଇବେକର ଜରିଆରେ ବିଜୟା ୟୁଥକ୍ଳବ ବିଜୟୀ ହୋଇଛି । ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେବୌଦ୍ଧ ବ୍ଲକ ଚ୍ୟାରମ୍ୟାନ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ସମ୍ମାନିତ ଅତିଥି ଭାବେ ସଂଗ୍ରାମପୁର ଗ୍ରାମର ଗରତିଆ ପ୍ରଦୀପ ବେହେରା, ତାଳଶରଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ସସ୍ମିତା ପାଣ୍ଡେ, ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ମେହେର ,ସାମ୍ବାଦିକ ସତ୍ୟ ନାରାୟଣ ପାଣି, ଅଜିତ ମେଣ୍ଡିଲି,ଅରବିନ୍ଦ ମହାକୁଡ଼ , ପ୍ରଫୁଲ୍ଲ ପଟ୍ଟନାୟକ, ଏବଂ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ଉପଦେଷ୍ଟା ଚେତାରାମ ପଟ୍ଟନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ରେଫରୀ ଦିଲ୍ଲୀପ ରାଉତ,ସୁଜିତ ରାଜହଂସ,ପ୍ରହଲ୍ଲାଦ ଭୋକ୍ତା, ଶୁଭେନ୍ଦୁ ନାଏକ ପରିଚାଳନା କରିଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ଚମତମୟ ଭୋକ୍ତା ଓ ଅରବିନ୍ଦ ମହାକୁଡ଼ । ଖେଳକୁ ଦେଖିବା ପାଇଁ ଆଖପାଖ ଗାଁର ସହସ୍ରାଧିକ ଲୋକଙ୍କ ଭିଡ ଲାଗିଥିଲା । ସୋମବାର ଅନୁଗୁଳ ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ୯ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

seventeen + twenty =