ଗାନ୍ଧୀ ଜୟନ୍ତୀ ଅବସରରେ ହରିଶଙ୍କରରେ ସଫେଇ କାର୍ଯ୍ୟକ୍ରମ

0 111

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ପବିତ୍ର ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ବ୍ଲକ୍‌ ପ୍ରଶାସନ, ନାନ୍ଦୁପଲା ପଞ୍ଚାୟତ ଓ ମନ୍ଦିର ପ୍ରଶାସନ ତରଫରୁ ରବିବାର ଝରଣା କୂଳ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଯୋଗଦେଇ ସ୍ୱଚ୍ଛତା ଉପରେ ଆଲୋକପାତ କରି ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ହରିଶଙ୍କର ପାପନାଶିନୀ ଝରଣା କୂଳ , ଏମଆଇ ଟ୍ୟାଙ୍କ , ସେଲ୍ଫି ପଏଣ୍ଟ ପାଖ ସଫେଇ କରିଥିଲେ । ନିଜେ ବିଡ଼ିଓ ଝାଡୁ ଧରି ସଫେଇର ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାନ୍ଦୁପଲା ସରପଞ୍ଚ ନିଲେନ୍ଦ୍ରୀ ପୁଝାରୀ, ପିଇଓ କ୍ଷୀରଧର ବରିହା , ଏସିପି ରମାନନ୍ଦ ବେହେରା, ବୁଲୁ ବେହେରା, ମନ୍ଦିର ପରିଚାଳନା କମିଟି ସଦସ୍ୟ ଶଶି ପୁଝାରୀ, ଅଭୟ ତ୍ରିପାଠୀ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅର , ଅନଙ୍ଗ ବିଶ୍ୱାଳ, ପିତାମ୍ବର ମହାକୁଡ ସମେତ ମହିଳା ପୁରୁଷ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

19 + eight =