ଡ଼ିମିରିଝରି ଗ୍ରାମର ନିଆରା ଗଣେଶ ପୂଜା

0 101

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବଡ଼ଗୋଠ ପଞ୍ଚାୟତର ଡ଼ିମିରିଝରି ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ବେଶ ଜାକଜମକରେ ପାଳିତ ହେଉଛି । ଚଳିତ ବର୍ଷ ଏହି ପୂଜା ୩୫ ବର୍ଷରେ ପଦାର୍ପଣ କରୁଥିବାରୁ ଗ୍ରାମବାସୀଙ୍କ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟସାମଗ୍ରୀ, ବସ୍ତ୍ର ଓ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଗ୍ରାମର ଯୁବକ ମାନଙ୍କୁ ନେଇ ଗଠିତ ହୋଇଥିବା ମା ଚକ୍ରବାଉତି କ୍ଲବର ସଦସ୍ୟ ମାନେ ବର୍ଷ ତମାମ ଗରିବ ଅସହାୟ ଲୋକଙ୍କୁ ସହଯୋଗ କରିବା ସହ ଛୋଟ ପିଲାଙ୍କୁ ବ୍ୟାଗ, ବହି, ଖାତା କଲମ ଇତ୍ୟାଦି ପ୍ରଦାନ କରୁଛନ୍ତି । ବିଭିନ୍ନ ପ୍ରତିଯୋଗିତା କରି ନିଜ ଅଂଚଳର କୁନି କ୍ରୀଡ଼ାବିତଙ୍କୁ ଉତ୍ସାହ ପ୍ରଦାନ ନିମନ୍ତେ ମଧ୍ୟ୍ୟଚେଷ୍ଟା କରୁଛନ୍ତି । ଏହି କ୍ଲବର ସଦସ୍ୟମାନେ ଏହି ବର୍ଷ ଗଣେଶ ପୂଜା ଅବସରରେ ଅନ୍ନଛତ୍ର, କୁନି କଳାକାରଙ୍କୁ ନେଇ ସଂସ୍କାର ଧର୍ମୀ କାର୍ଯ୍ୟକ୍ରମ ଏବଂ ପୌରାଣିକ ନାଟକ ଇତ୍ୟାଦି ହେବା ନେଇ ସୂଚନା ଦେଇଛନ୍ତି । ଏହି କ୍ଲବର ସଦସ୍ୟ ମାନଙ୍କର ଏହିସବୁ ନିଆରା କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ନେତୃତ୍ୱ ଏବଂ ସଚେତନ ନାଗରିକମାନେ ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସଙ୍କୁ ଭୂୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

fourteen + eighteen =