ରାୟଗଡ ବ୍ଳକରେ ତୃତୀୟ ସାଧାରଣ ସମିତି ବୈଠକ

0 49

ପାରଳାଖେମୁଣ୍ଡି,୧/୯- ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତି ସଦଦ୍ଭାବନା ସଭାଗୃହ ଠାରେ ବ୍ଳକ ଅଧ୍ୟକ୍ଷ ପୂର୍ଣ୍ଣବାସୀ ନାୟକଙ୍କ ଅଧ୍ୟକ୍ଷତାରେ ସମିତିର ପଞ୍ଚମ ଅଧିବେଶନ ତଥା ତୃତୀୟ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିତାମ୍ବର ବେହେରା, ସହକାରୀ ନିର୍ବାହୀଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟା ଗୌତମି ଯାନୀ, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ବିଧାୟକ ପ୍ରତିନିଧି ଏ ଫି ଏଲ ସ୍ୱାଲସିଂ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ଓଡ଼ିଶା ଜୀବିକା ମିଶନ ଏବଂ ମନରେଗା କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ବ୍ଳକର ଅନେକ ପଞ୍ଚାୟତରେ ସମସ୍ୟା ରହିଥିବାରୁ ଏହାର ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀଙ୍କୁ ଅଧ୍ୟକ୍ଷ ପରାମର୍ଶ ଦେବାସହ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଲୋକଙ୍କ ନିକଟରେ ପହଞ୍ଚି ସରକାରୀ ଯୋଜନାରୁ କେହି ଯେପରି ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି । ଏହି ବୈଠକରେ ୨୧ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ତଥା ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

2 × four =