ଓଡ଼ଗାଁ ଡାକ୍ତରଖାନା ପରିଦର୍ଶନ କଲେ କାୟାକଳ୍ପ ଟିମ୍‌

0 33

ଦଶପଲ୍ଲା : ମଙ୍ଗଳବାର ଦିନ ରାଜ୍ୟ କାୟାକଳ୍ପ ଟିମର ୩ ଜଣିଆ ସଦସ୍ୟ ଡାକ୍ତର ସମ୍ବିତ କୁମାର ବେହେରା, ଆଶୁତୋଷ ପାଢ଼ୀ ଏବଂ ନର୍ସିଂ ପରାମର୍ଶଦାତା ବାଳଚନ୍ଦ୍ରନ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି । ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବଳରାମ ପ୍ରଧାନ କାୟାକଳ୍ପ ଟିମ ସଦସ୍ୟ ମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଡାକ୍ତରଖାନାଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣ କରି ପରିସ୍କାର ପରିଚ୍ଛନ୍ନତା ଓ ସ୍ୱଚ୍ଛତାକୁ ନିୟମିତ କରିବା ପାଇଁ କାୟାକଳ୍ପ ସମ୍ମାନ ଏବଂ ପୁରସ୍କାର ଅର୍ଥରାଶୀ ବ୍ୟବସ୍ଥା ରହିଛି । କାୟାକଳ୍ପ ଟିମଙ୍କ ଦ୍ୱାରା ଚିହ୍ନିତ ସର୍ବଶ୍ରେଷ୍ଠ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ ଲକ୍ଷ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଥିବା ବେଳେ ୨ୟ ପାଇଁ ୨୦ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ୧୦ ଲକ୍ଷ ରଖାଯାଇଛି । ସେହିଭଳି ଭାବେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୫ଲକ୍ଷ, ୨ୟ ପାଇଁ ୧୦ଲକ୍ଷ ଏବଂ ଅନ୍ୟ ମାନଙ୍କ ପାଇଁ ୧ଲକ୍ଷ ଟଙ୍କାର ସ୍ୱାନ୍ତନାମୂଳକ ପ୍ରୋତ୍ସାହନ ଅର୍ଥରାଶିର ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

nine − four =