ବିପୁଳ ପରିମାଣର କାଠପଟା ଜବତ୍‌

0 52

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବାଣୀଗୋଛାରେରୁ ଗତକାଲି ବିପୁଳ ପରିମାଣର ଚୋରା କାଠ ଓ ପଟା ଜବତ୍‌ ହୋଇଛି । ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ର୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ସେଠୀ, ଏସିଏଫ୍‌ ଶ୍ୱେତଲୀନା ସାହୁ , ଦଶପଲ୍ଲା ଓ ମହିପୁର ବନାଞ୍ଚଳର ବନପାଳ, ବନରକ୍ଷୀଙ୍କ ଏବଂ ବାଣୀଗୋଛା ପୁଲିସ ଉପସ୍ଥିତରେ ଚଢ଼ଉ କରାଯାଇଥିଲା । ବାଣୀଗୋଛା ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସୁଶାନ୍ତ ନାୟକଙ୍କ ଘରୁ ୨୫ ଖଣ୍ଡ ଶାଗୁଆନ ପଟା ସାଙ୍ଗକୁ ଅର୍ଦ୍ଧ ନିର୍ମିତ ଖଟ ଓ କିଛି ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ୍‌ କରାଯାଇଛି ।

hiring

ଏଥି ସମେତ ଏକ ସରକାରୀ ଗୋଚର ସ୍ଥାନରେ ପଡିଥିବା କିଛି କାଠଗଣ୍ଡିକୁ ମଧ୍ୟ ଜବତ୍‌ କରାଯାଇଛି । ଏହି ବେଆଇନ୍‌ କାଠ ବ୍ୟବସାୟ ଅଭିଯୋଗ ସୁଶାନ୍ତ କୁମାର ନାୟକଙ୍କ ଅଟକ ରଖାଯାଇଥିବା ସୂଚନା ମିଳିଛି । ଦଶପଲ୍ଲା ବନାଂଚଳ ଅଧିକାରୀଙ୍କଠାରୁ ଅଦ୍ୟାବଧି ଜବତ୍‌ କାଠ ଓ କାଠ ସାମଗ୍ରୀର ପରିମାଣ ଓ ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ଗଣମାଧ୍ୟମକୁ ପ୍ରଦାନ କରାଯାଇନାହିଁ ।

hiranchal ad1
Leave A Reply

Your email address will not be published.

11 + nineteen =