କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନାମଙ୍କନ ଦାଖଲ କଲେ ଥରୁର ଓ ତ୍ରିପାଠୀ, ଭରିବେ ଖାଡଗେ

0 30

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପରିସ୍ଥିତି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦଳର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ଏଥି ସହ ଝାଡଖଣ୍ଡ କଂଗ୍ରେସ ନେତା କେ.ଏନ୍‌ ତ୍ରିପାଠୀ ମଧ୍ୟ ଦଳର ସଭାପତି ପଦ ପାଇଁ ଫର୍ମ ପୂରଣ କରିଛନ୍ତି । ନାମାଙ୍କନ ପରେ ସେ କହିଛନ୍ତି ଯେ ଦଳର ନେତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବ ।
କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ନାମାଙ୍କନ ଦାଖଲ କରିବାକୁ ବାହାରିଛନ୍ତି । ସେ କହିଛନ୍ତି ଯେ ମୁଁ ନାମାଙ୍କନ ଦାଖଲ କରିବାକୁ ଯାଉଛି । ଏହା ପରେ ମୁଁ ଆସି ଗଣମାଧ୍ୟମକୁ ସୂଚନା ଦେବି ।

hiranchal ad1
Leave A Reply

Your email address will not be published.

twelve − seven =