ଆସନ୍ତାକାଲିଠାରୁ କଲେଜ କ୍ଲାସ ବନ୍ଦ

0 105

ଭୁବନେଶ୍ୱର: ଆସନ୍ତାକାଲିଠାରୁ କଲେଜ ଯିବେ ନାହିଁ ଛାତ୍ରଛାତ୍ରୀ। କାଲିଠାରୁ ମେ’ ୨ ତାରିଖ ଯାଏ କଲେଜ ଓ ୟୁନିଭର୍ସିଟିରେ କ୍ଲାସ ରୁମ୍‌ରେ ପଠା ପଢ଼ାହେବ ନାହିଁ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି। ସୂଚନାଯୋଗ୍ୟ, ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ।

hiranchal ad1
Leave A Reply

Your email address will not be published.

20 + six =