୪୧୧ କିଲୋ ଗଞ୍ଜେଇ ସହ ୩ ଗାଡି ଜବତ: ୭ଜଣ ଗିରଫ

0 248

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣର ଏକ ବଡ ରେକେଟ ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି । ଏଥିରେ ସାମିଲ ୭ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୪୧୧ କିଲୋଗ୍ରାମ ଗଞ୍ଜେଇ ଓ ଏହାକୁ ନେବା ଆଣିବା କରିବା ପାଇଁ ବ୍ୟବହୃତ ୩ଟି ଗାଡି ଜବତ କରାଯାଇଛି । ଏ ବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବାଟୁଲା ଗଙ୍ଗାଧର ସବିଶେଷ ସୂଚନା ଦେବା ସହିତ ଗିରଫ ଅଭିଯୁକ୍ତ, ଜବତ ଗାଡି ଓ ଗଞ୍ଜେଇ ପ୍ରଦର୍ଶନ କରିଥିଲେ । ପୁଲିସ ସୂତ୍ରରୁ ପ୍ରକାଶ ସୂଚନା ଅନୁସାରେ ଆଜି ସ୍ଥାନୀୟ ଶାସନ ଥାନାରେ କେସ କ୍ରମାଙ୍କ ୧୦୪ କ୍ରମେ ଏକ ମାମଲା ରୁଜୁ କରାଯାଇଛି ଓ ଏ ବିଷୟରେ ଆଗକୁ ଅନୁସନ୍ଧାନ ଜାରି ରଖାଯାଇଛି । ଏକ ବଡ଼ ଗଞ୍ଜେଇ ତସ୍କର ଦଳ ସମ୍ବଲପୁରରେ ସେମାନଙ୍କ ବେଆଇନ କାରବାର ଚଳାଇ ଥିବା ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଜାଣିବା ପରେ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ସେମାନଙ୍କୁ ଏହାର ଅନୁସନ୍ଧାନ ଦାୟିତ୍ୱ ନ୍ୟସ୍ତ କରାଗଲା । ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଗୁପ୍ତ ତଦନ୍ତ ଜାରି ରଖିବା ପରେ ଏହି ଟିମ୍‌ ଦୁଇଜଣ ବୌଦ୍ଧରୁ ଉଦୟ ପ୍ରଧାନ ଓ ଗଞ୍ଜାମରୁ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କଲା ଓ ସେମାନଙ୍କ ଠାରୁ ଦୁଇଟି ବସ୍ତାରେ ୧୧୧ କିଲୋ ଜବତ କରାଯାଇଥିଲା । ପୁଲିସ ସେତେବେଳେ ଜାଣିବାକୁ ପାଇଲା କି ଏଥିରେ ଏକ ଆନ୍ତଃରାଜ୍ୟ ଦଳର ସମ୍ପୃକ୍ତି ରହିଛି । ଏହି କ୍ରମେ ଆଉ ୬ଜଣ, ବୌଦ୍ଧରୁ ଅନନ୍ତ ଦେହୁରୀ, ମଧ୍ୟ ପ୍ରଦେଶର ଜବଲପୁରରୁ ସଞ୍ଜୟ ଗିରି, ମହାରାଷ୍ଟ୍ରର ଗୋନ୍ଦିଆରୁ ଭାବନା ସଂସାରେ, ବୌଦ୍ଧ ଜିଲ୍ଲାରୁ ଗିରିଶ ଖଟୁଆ, ରଞ୍ଜନ ଖଟୁଆ ଓ ଓମ ପ୍ରକାଶ ପ୍ରଧାନଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରୁ । ଶେଷରେ ତିନି ଜଣ ମିଶି ସ୍ଥାନୀୟ ଶାସନ ଥାନା ଅନ୍ତର୍ଗତ ଗୋଣ୍ଡାପାଲି ଠାରେ ବିସ୍ତୃତ କାନ୍ଥବାଡ ସହିତ ଏକ କୋଠାଘର ନିର୍ମାଣ କରି ସେଠାରୁ ସେମାନଙ୍କ କାରବାର ଜାରି ରଖିଥିଲେ । ସେଠାରୁ କେଜିକିଆ ଛୋଟ ପ୍ୟାକେଟରେ ଏହି ଗଞ୍ଜେଇ ଚଢାଦରରେ ସୁଦୂର ଛତିଶଗଡ଼ ଓ ମଧ୍ୟ ପ୍ରଦେଶକୁ ପଠାଯାଉଥିଲା । ଏଥିପାଇଁ ସେମାନେ ଦାମୀ ବାହନ ଇନୋଭା, ବୋଲେରୋ ଓ ପିକଅପ୍‌ ଭ୍ୟାନ ଆଦି ବ୍ୟବହାର କରୁଥିଲେ, ଯାହାକି ଜବତ କରିବାରେ ପୁଲିସ ସଫଳ ହୋଇଛି । ଇତି ମଧ୍ୟରେ ଏହି ଦଳ ସହିତ ସମ୍ପୃକ୍ତ ଶୁଶାନ୍ତ ଲେଙ୍କା ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ତିନୋଟି ପକ୍କାଘର ନିର୍ମାଣ କରିବା ସହ କିଛି ଜମି ଜାଗା ମଧ୍ୟ କିଣି ପକେଇ ସେମାନଙ୍କ କାରବାର ଚଳାଇଥିଲା ।

hiranchal ad1
Leave A Reply

Your email address will not be published.

20 − fourteen =