ତେଲି ସମାଜ ଓ କଲଙ୍ଗା ସମାଜର ନବନିର୍ମିତ ଦ୍ୱୟ ଧର୍ମଶାଳାର ଶୁଭ ଉଦଘାଟନ

0 113

ପାଟଣାଗଡ଼,୨୬/୪- ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ଠାରେ ତୈଳିକ ବୈଶ୍ୟ ତେଲିସମାଜ ଓ ଗନ୍ଧମାର୍ଦ୍ଦନ ବଞ୍ଚାଅ କଳଙ୍ଗା ସମାଜର ନବନିର୍ମିତ ଦୁଇ ଧର୍ମଶାଳାକୁ ଆଜି ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି , ଖପ୍ରାଖୋଲ ବ୍ଳକ ଅଧକ୍ଷା ନିରୁପମା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଦୁଇ ସମାଜର ନବନିର୍ମିତ ଦୁଇ ଧର୍ମଶାଳାକୁ ପିତାକାଟି ଉଦ୍ଘାଟନ କରିଥିଲେ । ଖପ୍ରାଖୋଲ ତୈଳିକ ବୈଶ୍ୟ ତେଲି ସମାଜ ନିଜ ଚାନ୍ଦା ଆଦାୟ କରିବାସହ ସମାଜର ପଣ୍ଡାମୁଣ୍ଡା ବୋର୍ଡ , ପାଟଣାଗଡ଼ ବୋର୍ଡ ,ଖୁଣ୍ଟସମଲାଇ ବୋର୍ଡ ,ବେଲପଡା ବୋର୍ଡ ଆଦି ସର୍କଲଙ୍କ ଆର୍ଥିକ ସହାୟତାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଧର୍ମଶାଳା ନିର୍ମାଣ କରିଥିବା ବେଳେ ବିଧାୟକ ଶ୍ରୀ ମେହେର ନିଜ ବିଧାୟକ ପାଣ୍ଠିରୁ ତୈଳିକ ବୈଶ୍ୟ ତେଲି ସମାଜକୁ ୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ । ସେହିପରି ଗନ୍ଧମାର୍ଦ୍ଦନ ବଞ୍ଚାଅ କଳଙ୍ଗା ସମାଜ ପକ୍ଷରୁ ଆୟୋଜିତ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମେହେର ଯୋଗଦେଇ ସମାଜର ନବନିର୍ମିତ ଧର୍ମଶାଳାକୁ ଶୁଭ ଉଦ୍ଘାଟନ କରିବା ସହ ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ଦେବାକୁ ଘୋଷଣା କରିଥିଲେ ।

hiring

ବିଧାୟକ ଶ୍ରୀ ମେହେର କହିଥିଲେ ଯେ ରାଜ୍ୟ ସରକାର ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ଅନୁମୋଦିତ ଟଙ୍କାରେ ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ବିକାଶ ଆହୁରିହେବ ବୋଲି କହିଥିଲେ । ସମାଜ ଉନ୍ନତି ପାଇଁ ସବୁବେଳେ ମୁଁ ସହଯୋଗର ହାତ ବଢାଇବି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଖପ୍ରାଖୋଲ ବ୍ଳକ ତୈଳିକ ବୈଶ୍ୟ ତେଲି ସମାଜର ସଭାପତି ବିପିନ ବିହାରୀ ସାହୁ , ସଂପାଦକ ପଦ୍ମନାଭ ସାହୁ , ସୁଦାମ ଚରଣ ସାହୁ, ଚତୁର୍ଭୁଜ ସାହୁ, ଯଦୁମଣି ସାହୁ , ପରମାନନ୍ଦ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସଦସ୍ୟ ମାନଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ସେହିପରି ଗନ୍ଧମାର୍ଦ୍ଦନ ବଞ୍ଚାଅ କଳଙ୍ଗା ସମାଜର ବହୁ କର୍ମକର୍ତ୍ତା ସଦସ୍ୟଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =