ଝଙ୍କଡ଼ବାସୀ ମା’ ଶାରଳା ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ

0 18

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିର ପୀଠକୁ ଆଜି ଗସ୍ତରେ ଆସିଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଆଜି ସକାଳ ପ୍ରାୟ ୭ଟା ସମୟରେ ପାଣ୍ଡିଆନ ମା ଶାରଳା ମନ୍ଦିରରେ ପହଞ୍ଚିଥିଲେ । ମା ଙ୍କ ଦର୍ଶନ ସହ ପ୍ରଥମ ଆଳତୀ କରିବା ପରେ ମନ୍ଦିର ଚାରିପାଖରେ ବୁଲିବା ପରେ ମନ୍ଦିରର ଉନ୍ନତି ପାଇଁ ଜ଼ିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ପରେ ମନ୍ଦିର ବାବଦରେ ପଣ୍ଡା, ସେବାୟତ, ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହିତ ମନ୍ଦିରର ବିକାଶ ନିମନ୍ତେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ୫ଟି ସଚିବ ଭି. କେ ପାଣ୍ଡିଆନ । ତାଙ୍କ ସହିତ ଜଗତସିଂହପୁର ଜ଼ିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ୱର ସିଂ ଉପସ୍ଥିତ ଥିଲେ ।

hiring
hiranchal ad1
Leave A Reply

Your email address will not be published.

12 − 3 =