ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

0 99

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ୧୩୯ତମ ଭାରତର ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୧୧.୦୦ଘଣ୍ଟା ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ସମସ୍ତ ବ୍ଲକ୍‌ରୁ ଆସିଥିବା କଂଗ୍ରେସ କର୍ମୀଏକତ୍ରୀତ ହୋଇ ସର୍ବପ୍ରଥମେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜୟ କୁମାର ପଟ୍ଟନାୟକ ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଚେୟାରମ୍ୟାନଙ୍କ ଦ୍ୱାରା କଂଗ୍ରେସ ଦଳୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଜନଗଣମନ ପ୍ରାରମ୍ଭିକ ଗୀତ ଗାନ କରିଥିଲେ ଦଳୀୟ ପଦାଧିକାରୀମାନଙ୍କୁ ନାମ ନେଇ ସ୍ଲୋଗାନ ଦେଇଥିଲେ । ଏହାପରେ ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା । ତାହା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୩୯ତମ ପ୍ରତିଷ୍ଠା ଦିବସ ବିଷୟରେ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ମୋହନା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାସରଥି ଗମାଙ୍ଗ ମୁଖ୍ୟ ବକ୍ତା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଦେଶ କଂଗ୍ରେସ କମିଟି ର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦଳେଇ, ମହିଳା ଉପ ସଭାପତି ବଂଶିଧର ସାମନ୍ତ ସିଂହାର, ସୂର୍ଯ୍ୟ ନାରାୟଣ ପାତ୍ର, ବସନ୍ତ କୁମାର ପଣ୍ଡା ମଞ୍ଚସ୍ଥ ଥିବା ବେଳେ ବିଭିନ୍ନ ବ୍ଲକର ବ୍ଲକ୍‌ କଂଗ୍ରେସ କମିଟି ସଭାପତି ଓ ଜିଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଓବିସି ସେଲର ସଭାପତି ଓ ସମସ୍ତ ଆଗଧାଡିର ନେତା କର୍ମୀମାନେ ଉତ୍ସାହର ସହିତ ଆଜିର ବୈଠକରେ ଉପସ୍ଥିତ ରହିଥିଲେ । ଆଜିର ବୈଠକରେ ବିଜେପି ବିଜେଡ଼ିର ଅପାରଗତା ତଥା ବିଭିନ୍ନ ଅନୁଦାନ ନାମରେ ବାଟମାରଣା, ନାରୀ ନିର୍ଯାତନା, କଳାଧନ, ନୋଟ୍‌ ବିମୁଦ୍ରାକରଣ, ଗ୍ୟାସ ଦର ବୃଦ୍ଧି, ସମସ୍ତ ସରକାରୀ ସଂସ୍ଥା ଘରୋଇକରଣ ଏମିତି ବିଭିନ୍ନ ବିଷୟରେ ବର୍ଷିଛନ୍ତି ନେତା କର୍ମୀମାନେ । ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ।
ଆଜିର ଏହି ପ୍ରତିଷ୍ଠା ଦିବସ ବହୁତ ନେତା କର୍ମୀମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାଜାପାତ୍ର,ସୁଧ ପଣ୍ଡା ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × one =