ବୌଦ୍ଧକୁ ହରାଇ ସେମିରେ ଅନୁଗୁଳ

0 124

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ଲାଲ୍‌ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍‌ ଗୁରୁବାର ଦିନରେ ପହଞ୍ଚିଛି ।ଉକ୍ତ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବିର ପ୍ରଥମ ମ୍ୟାଚ ଅନୁଗୁଳ ଏ. କେ. କ୍ଳବ ସହିତ ବୌଦ୍ଧ ଆଇ. ଆର. ବି ପୋଲିସ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ଚତୁର୍ଥ ଦିନ ମ୍ୟାଚରେ ମୁଖ୍ୟ ଅତିଥିଭାବେ ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର, ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ପୁରୁଣାକଟକ ସରପଞ୍ଚ ଅଶୋକ ସେଠି, ପୂର୍ବତନ ସାମ୍ପଚ ସରପଞ୍ଚ ନିରାକାର ଭୋଇ ଓ ଆସୋସେସନ କମିଟିର ସଭାପତି ଅର୍ଜୁନ ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ଦଳ ଖେଳ ରୋମାଞ୍ଚକର ପ୍ରଦର୍ଶନ କରିଥିଲେ ବି ଖେଳର ପ୍ରଥମାର୍ଦ୍ଧରେ ବୌଦ୍ଧ ବିପକ୍ଷରେ ଗୋଟିଏ ଗୋଲ ଦେଇ ଅନୁଗୁଳ ଦଳ ବିଜୟୀର ପାଦ ଆଗକୁ ବଢ଼ି ମଧ୍ୟାନ୍ତର ପରେ ପୁଣି ଅନୁଗୁଳ ପକ୍ଷରୁ ଆଉ ଏକ ଗୋଲ ଦେଇ ୨-୦ରେ ଆଗୁଆ ହୋଇଥିଲା ବୌଦ୍ଧକୁ ପରାସ୍ତ କରିଥିଲେ । ଫଳରେ ଅନୁଗୁଳ ଦଳ ବିଜୟୀ ହୋଇ ଦ୍ୱିତୀୟ ସେମି ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ମୁଖ୍ୟ ରେଫରି ଭାବେ ସୁଜିତ ରାଜହଂସ, ଲାଇନମ୍ୟାନ ଭାବେ ଦେବବ୍ରତ ବେହେରା, ଗରିବ ବେହେରା ଓ ଚତୁର୍ଥ ରେଫରି ଭାବେ ସଲିଲ ବେହେରା ଖେଳକୁ ପରିଚାଳନା କରିଥିଲେ । ଆୟୋଜକ କମିଟିର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତି, ଉପସଭାପତି ବିଜ୍ଞାନ କର୍ଣ୍ଣ, ସହ ସମ୍ପାଦକ ପ୍ରବୀଣ ବେହେରା, କୋଷାଧ୍ୟକ୍ଷ ଚିକୁ ମହାନ୍ତି, ବିକାଶ ମିଶ୍ର, ସିମୁନ ନାଏକ, ମିଟୁ ବେହେରା, କାହ୍ନା ବାରିକଙ୍କ ସମେତ ତିଲେଶ୍ୱର ବଜାର ଆସୋସେସନର ସମସ୍ତ କର୍ମକର୍ତ୍ତା ଖେଳରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =