ନନ୍ଦାହାଣ୍ଡି ବ୍ଲକଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0 60

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପରିସରରେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି । ଏଥିରେ ନନ୍ଦାହାଣ୍ଡି ବ୍ଲକ ର ୧୧ ଗୋଟି ପଞ୍ଚାୟତର ମୋଟ ୧୫୩ ଜଣ ପଞ୍ଜିକରଣ କରିଥିଲେ । ଏହି ଶିବିରରେ ଡ଼ଃ ସମ୍ବିତ ପାତ୍ର, ଡ଼ଃ କମଳ କୁମାର ମେହେର, ଡ଼ଃ ଚିନ୍ମୟୀ ସାହୁ, ଡ଼ଃ ରାଜେଶ ପ୍ରସାଦ ପଣ୍ଡା, ତୃପ୍ତି ରଞ୍ଜନ ସଡଙ୍ଗୀ, ନିହାର ରଂଜନ ବେହେରା, ବିଭୁ ଦତ୍ତ ସେଠୀ, ଘନଶ୍ୟାମ ବେହେରା, ଶିବ ପ୍ରସାଦ ସାହୁ ଅସ୍ଥିଶଲ୍ୟ ଓ ବିକଳାଙ୍ଗ, ଚକ୍ଷୁ ନାସା ଓ ଗଳା ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, କୁଷ୍ଠ ରୋଗ ବିଭାଗ, ଶିଶୁରୋଗ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ ସମେତ ଜିଲ୍ଲା ଭିନ୍ନକ୍ଷମ ସାମର୍ଥ୍ୟ କେନ୍ଦ୍ରରୁ ବିଭିନ୍ନ ବିଶେଷଜ୍ଞ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ନିସିନାହାଣ୍ଡି ର ପାତ୍ର ହରିଜନ ଓ ମାଳୀଗୁଡାର ଜଗନ୍ନାଥ ଓଦଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୮୦ ଜଣ ଙ୍କ ମଧ୍ୟରୁ ୧୨ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଆଜିର ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନ ଗୌଡ଼, ଜୋନ୍‌ ୨ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର , ସାଂସଦ ପ୍ରତିନିଧି ସୁନିଲ ସାହୁ ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ , ସରପଞ୍ଚ ଓ ସମିତି ମେମ୍ବର ଉପସ୍ଥିତ ରହିଥିଲେ । ବ୍ଲକର ଏଇଇ ଗୋବିନ୍ଦ କହଁର, ଜିପିଇଓ ସଚ୍ଚିଦାନନ୍ଦ ତ୍ରିପାଠୀ, ବିଏସଏସଓ ପାର୍ଥ ଜିତ ମଣ୍ଡଳ, ମନୀଷା ରଥ , ସମସ୍ତ ଜିଆରଏସ, ସମସ୍ତ ଯୋଗାଣ ସହାୟକ, ସମସ୍ତ ବ୍ଲକ କର୍ମଚାରୀଙ୍କ ସହଯୋଗରେ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସମ୍ପାଦନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସହାୟକ ବିଚିତ୍ରାନନ୍ଦ ତ୍ରିପାଠୀ ସୁଚାରୁ ରୂପେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

one × 3 =