ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ

0 108

ପୁରୀ : ପୁରୀ ସତ୍ୟବାଦୀ ବ୍ଲକ୍‌ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର । ସୁଆଣ୍ଡ ବ୍ରିଜ ନିକଟ ସାଗରସ୍ନାନ ମେଣନ ପଡିଆ ନିକଟରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ । ଆହତ ଅପରାଧୀ କାଳୁ ଭୋଳର ଘର ହେଉଛି ପୁରୀ ସଦର ବାଟଗାଁ । ବିଶେଷ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଆଇଆଇସି ଘଟଣାସ୍ଥଳକୁ ଯିବାବେଳେ ପୋଲିସକୁ ଦେଖି କାଳୁ ଭୋଳ ଫାୟାରିଂ କରିଥିଲା । ତେଣୁ କାଳୁକୁ ପାଲଟା ଏନକାଉଣ୍ଟର କରିଥିଲେ ସତ୍ୟବାଦୀ ଆଇଆଇସି । ଏନକାଉଣ୍ଟର ବେଳେ କାଳୁ ଭୋଳର ଡାହାଣ ଗୋଡରେ ଗୁଳି ବାଜିଛି ଓ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କାଳୁ ଭୋଳ ଭର୍ତ୍ତି ହୋଇଛି । କାଳୁ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୧୮ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ବେଳେ ତା ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି । ପୁରୀ ସହରର ଏକ ଜୁଏଲାରୀ ଦୋକାନରୁ ଲୁଟ୍‌ କରିବାକୁ ଯୋଜନା କରିଥିଲା ଆହତ ଅପରାଧୀ କାଳୁ ଭୋଳ ।

hiranchal ad1
Leave A Reply

Your email address will not be published.

11 − six =