ଜାତୀୟ କ୍ରୀଡ଼ା ଦିବସ ପାଳିଲେ ରଟିଙ୍ଗିଆ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ

0 60

ଘୁ.ଉଦୟଗିରି :- ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସମୁଦାୟ ୩୧ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରତିଯୋଗିତାରେ ୧୦ ମ ଶ୍ରେଣୀ ଛାତ୍ରୀ ପଦ୍ମିନୀ ପ୍ରଧାନ, ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଶୁଭଙ୍କର ସାହୁ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବନଲତା ପ୍ରଧାନ, ନବମ ଶ୍ରେଣୀ ଛାତ୍ରୀ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି କ୍ରୀଡ଼ା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଶ୍ୱ ପ୍ରସିଦ୍ଧ କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତି ତଥା ଜାତୀୟ କ୍ରୀଡ଼ା ଦିବସରେ ମେଜର ଧ୍ୟାନଚାନ୍ଦଙ୍କ ଖେଳ ଜୀବନୀ ଉପରେ ସ୍ମୃତି ଚାରଣ କରିବା ସହ ଖେଳ କୁଦ କରିବା ଦ୍ୱାରା ଶରୀର ଓ ମାନସିକ ସ୍ତରରେ ଉନ୍ନତି ହେଉଥିବା ବିଷୟରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ଓ ନଙ୍ଗୁଳି ଚରଣ ପ୍ରଧାନ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରିତାଞ୍ଜଳି ପଣ୍ଡା ଓ ଜିତେନ୍ଦ୍ର ନାୟକ ସହଯୋଗ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × four =