ନୂଆଁଖାଇ ପରଦିନ ସମ୍ବଲପୁର ଓ ବରଗଡ଼ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

0 105

ଭୁବନେଶ୍ୱର : ଆଉ ମାତ୍ର ଦୁଇଦିନ ପରେ ପଞ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏବେଠୁ ବିଭିନ୍ନ ଅଞ୍ଚଳ ହେଲାଣି ଉତ୍ସବମୁଖର । ଏହାକୁ ଜାକଜମକରେ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏସବୁ ଆଖି ଆଗରେ ରଖି ରାଜ୍ୟ ସରକାର ଲୋକଙ୍କୁ ଦେଇଛନ୍ତି ଖୁସି ଖବର । ନୂଆଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ପେଶାଲ ଛୁଟି ଘୋଷଣା କରିଛନ୍ତି ସରକାର । ଶୁକ୍ରବାର ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଛୁଟି ଘୋଷଣା । ଆଜି ଛୁଟି ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ତେଣୁ ନୂଆଖାଇରେ ପଶ୍ଚିମ ଓଡିଶାର ଦୁଇ ଜିଲ୍ଲାବାସୀ ଦୁଇଦିନ ଛୁଟି ପାଇଛନ୍ତି । ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ବର ୧ ତାରିଖରେ ନୂଆଖାଇ ନିମନ୍ତେ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ । ସେହିପରି ଏହି ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଚଳିତ ମାସ ୨୬ ତାରିଖରେ ପଶ୍ଚିମଓଡିଶାର ଗଣପର୍ବ ‘ନୂଆଖାଇ’ରେ ୨ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨ପୃଷ୍ଠାର ଚିଠି ଲେଖିଥିଲେ ।

hiranchal ad1
Leave A Reply

Your email address will not be published.

one + 17 =