ବ୍ରାଉନସୁଗାର ଜବତ, ପୁଣି ଜଣେ ମହିଳା ଗିରଫ

0 82

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଓ ଜଟଣୀ ରାସ୍ତାରେ ଥିବା ପିପିଲି ଥାନା ଅଧୀନ ବନସରା ଛକରେ ଚଢ଼ାଉକରି ଏକ ମହିଳା ଯାହାଙ୍କ ନାମ ସୁଲୋଚନା ପଳେଇ ,ବୟସ -୬୫ ବର୍ଷଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୫୫ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ପିପିଲି ଅବକାରୀ ଥାନା କେସ ନଂ -୪୯/୨୨-୨୩ ର କୋର୍ଟ ଚାଲାଣ କରାଯାଇଥିବା ବେଳେଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି ।. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୫,୫୦,୦୦୦/-ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଏଏସ୍‌ଆଇ ସନ୍ତୋଷ ନାଏକ ଏବଂ କର୍ମଚାରୀ ତପନ ପ୍ରଧାନ, ଦୀନବନ୍ଧୁ ବାରିକ, ସବିତା ସାହୁ,ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 15 =