ବନକଲାଗି ନୀତି ବିବାଦ: ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ, ପରବର୍ତ୍ତୀ ଆଲୋଚନାରେ ହୋଇପାରେ ସମାଧାନ

0 64

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଆଜି ଅନୁଷ୍ଠିତ ଜରୁରୀ କାଳୀନ ନୀତି ସବକମିଟି ବୈଠକ ହୋଇଥିବା ବେଳେ ଚୂଡାନ୍ତ ନିଷ୍ପତି ଆଗାମୀ ପରିଚାଳନା କମିଟି ବୈଠକରେ ହେବା ନେଇ ସୂଚନା ମିଳିଛି । ଫଳରେ ଆସନ୍ତା ବୁଧବାର ବି ବନକଲାଗି ହେବା ନେଇ ଅନିଶ୍ଚିତତା ରହିଥିବା ସତ୍ତେ୍ୱ ବନକଲାଗି ନୀତି ସମ୍ପାଦନ ପାଇଁ ଆଜିର ବୈଠକ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିଥିବା ଜଣାପଡିଛି । ତେବେ ଶ୍ରୀମନ୍ଦିର ସତ୍ୱଲିପି, ବିଭିନ୍ନ ଶାସ୍ତ୍ରୀୟ ମତ ତଥା ପୂର୍ବ ପରିଚାଳନା ବୈଠକ ନିଷ୍ପତି ଆଦିକୁ ନଜରରେ ରଖି ପ୍ରଭୁଙ୍କ ନୀତି ସୁପରିଚାଳନା ପାଇଁ ସେବାୟତମାନେ ମତ ଦେଇଥିବା ବେଳେ ବନକଲାଗି ନୀତିକୁ କରିବା ପାଇଁ ମୁଖ୍ୟ ପ୍ରଶାସକ ଦତ୍ତମହାପାତ୍ର ନିଯୋଗକୁ ପୁନର୍ବାର ନିବେଦନ କରିଛନ୍ତି । ଏପରିକି ମହାପ୍ରଭୁଙ୍କ ଏହି ବନକଲାଗି ନୀତିକୁ ନେଇ ଭକ୍ତ ସମାଜ ଚିନ୍ତିତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ଦିଗରେ ବିହିତ ପଦକ୍ଷେପ ଶୀଘ୍ର ନିଆଯିବା ସହ ଘଟଣାରେ ପୂର୍ଣଚ୍ଛେଦ ପଡିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି ।
ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିକୁ ନେଇ ଗତ କିଛି ଦିନ ହେବ ତର୍କ ବିତର୍କ ଲାଗିଥିବା ବେଳେ ବନକଲାଗି ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ବୁଧବାର ଦିନ ବନକଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଉଥିବା ବେଳେ ଦତ୍ତ ମହାପାତ୍ର ସେବକ ମାନେ ବିଭିନ୍ନ ଆଳ ଦେଖାଇ ଗୁରୁବାର କରିବାକୁ ଦାବି କରିଛନ୍ତି । ଏ ନେଇ ଆଜି ଜରୁରୀକାଳୀନ ନୀତି ସବ କମିଟି ବୈଠକ ବସିଥିବା ବେଳେ ମହାପ୍ରଭୁଙ୍କ ବନକଲାଗିକୁ ନେଇ ଅନେକ ପ୍ରସ୍ତାବ ଆସିଥିଲା । ତେବେ ସେହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଗାମୀ ୧ ତାରିଖ ଦିନ ବସିବାକୁ ଟ୍ୱିବ ପରିଚାଳନା କମିଟି ବୈଠକରେ ତର୍ଜମା କରାଯାଇ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଆଜିର ବୈଠକରେ ଗୃହୀତ ହୋଇ ଥିବା ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି । ବୈଠକରେ ବନକଲାଗି କେବେ କରାଯିବ, କେଉଁ ସେବକ ମାନେ କରିବେ, କିଭଳି କରିବେ ତଥା ନ କଲେ କି ପ୍ରକାର ପଦକ୍ଷେପ ନିଆଯିବ ତା ଉପରେ ପ୍ରସ୍ତାବ ଆସିଥିଲା ।
ଶ୍ରୀମନ୍ଦିର ଇତିହାସରେ ପୂର୍ବରୁ ୮୪ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ବନକଲାଗି ହୋଇ ନଥିବା ରେକର୍ଡ ରହିଛି । ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସେଭଳି କୌଣସି ସମସ୍ୟା ନଥିବା ସତ୍ୱେ ନୀଳାଦ୍ରି ବିଜେ ପରେ ବନକ ଲାଗି ନ ହେବା ମଧ୍ୟ ଠିକ ନୁହେଁ । ଏଣୁ ପ୍ରଭୁଙ୍କ ସେବା ଓ ନୀତିରେ ଯେଭଳି ସମସ୍ୟା ନ ଉପୁଜେ ସେ ଦିଗରେ ସେବାୟତ ମାନେ କାର୍ଯ୍ୟ କରୁଅଛନ୍ତି । ବୈଠକରେ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ସମ୍ପୂର୍ଣ୍ଣ ଆଲୋଚନା ହୋଇଥିବା ବେଳେ ଏପରି ସମସ୍ୟା ଆଗାମୀ ଦିନରେ ନ ଉପୁଜେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ମଧ୍ୟ ପ୍ରସ୍ତାବ ରହିଅଛି ।
ଆଜିର ବୈଠକ ପରେ ବନକଲାଗି ନୀତିକୁ ନେଇ ସେଭଳି କୌଣସି ନିଷ୍କର୍ଷ ବାହାରି ନ ଥିବା ବେଳେ ମହାପ୍ରଭୁଙ୍କ ସେବାରେ ଉଭୟ ସେବକ ଓ ପ୍ରଶାସନ କି ପଦକ୍ଷେପ ନେବେ ତାହା ଅପେକ୍ଷାରେ ରହିଛନ୍ତି ଅଗଣିତ ଶ୍ରଦ୍ଧାଳୁ ।

hiranchal ad1
Leave A Reply

Your email address will not be published.

18 − six =