ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

0 133

ପୁରୀ : ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟା । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି । ସେହିପରି ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ କରିଛି । ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ ଦାସ । ସେହିପରି ଆହତ ହୋଇଥିବା ବାବାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ବାବା ଜଣକ ହେଉଛି ବିଷ୍ଣୁ ଓରଫ ରବୀନ୍ଦ୍ର ଜେନା । ତେବେ ଆଶ୍ରମରେ ରହୁଥିବା ଅନ୍ୟ ସାଧୁମାନଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ବିଷ୍ଣୁ ବାବା ଆଜି ଅପରାହ୍ନରେ ବାହାରୁ ନିଶା ଖାଇ ଆଶ୍ରମ ଆସିଥିଲା । ପରେ ଆଶ୍ରମର ଉପର ମହଲାର କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ହଠାତ୍‌ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା । ଅତି ନିର୍ମମ ଭାବେ କାଠ ଫାଳିଆରେ ବାରମ୍ବାର ମୁଣ୍ଡକୁ ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ରକ୍ତମୁଖା ହୋଇପଡ଼ିଥିବା ଅଭିଯୁକ୍ତ ବିଷ୍ଣୁ ଆଉ ଜଣେ ବାବାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଘଟଣା ବିଷୟରେ ଆଶ୍ରମର ଅନ୍ତେବାସୀ ମାନେ ବାସେଳି ସାହି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସହ ଏସପି, ଅତିରିକ୍ତ ଏସପି ଓ ସିଟି ଡିଏସପି ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛନ୍ତି । ଅଭିଯୁକ୍ତକୁ ପଚରାଉଚରା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି ।

hiranchal ad1
Leave A Reply

Your email address will not be published.

seventeen − 5 =