ଆଶ୍ରମରେ ହତ୍ୟା ଓ ବୋମା ମାଡ ଘଟଣାର ପର୍ଦ୍ଦାଫାସ କଲା ପୁରୀ ପୁଲିସ

0 163

ପୁରୀ: ପୁରୀ ବାସେଳି ସାହି ଥାନା ଅଧିନ ଲୋକନାଥ ରୋଡ଼ ଗୁରୁକୃପା ଆଶ୍ରମରେ ବାବାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହଠାତ୍‌ ଗଣ୍ଡଗୋଳ ଘଟି ଉତ୍ତେଜନା ସୃଷ୍ଟି ହେବାରୁ ଅର୍ଜୁନ ବାବାଙ୍କୁ ଅଭିଯୁକ୍ତ ବିଷ୍ଣୁ ବାବା କାଠ ଫାଳିଆରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା ପୋଲିସ କହିଛି । ସେହିପରି ଏହି ଘଟଣାରେ ଆଉ ଜଣେ ବାବା ଦୟାନିଧି ଦାସ ଆକ୍ରମଣର ଶିକାର ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତନ୍ତ୍ର ସାଧନାକୁ ନେଇ ଏହି ହତ୍ୟା ଘଟଣା ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ କିନ୍ତୁ ଏନେଇ କୌଣସି ସୂଚନା ଦେଇନାହିଁ । ସେପଟେ ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ଗତ ୨୭ ତାରିଖରେ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିଲୁ ବରାଳ ଓ ତା ଗ୍ୟାଙ୍ଗକୁ ଗିରଫ କରିଛି ସଦର ଥାନା ପୋଲିସ । ଅଭିଯୁକ୍ତ ନିଲୁ ବରାଳ ଏବଂ ତା’ର ସହଯୋଗୀ ମୋଟ ୫ ଜଣ ଓଡିଶାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁରୀ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ କଟକ ଏବଂ ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜୟ କୁମାର ଖୁଣ୍ଟିଆଙ୍କୁ ଜୀବନରେ ମାରି ଦେବାପାଇଁ ନିଲୁ ବରାଳ ଯୋଜନା କରି ତାଙ୍କ ଘର ଉପରକୁ ବୋମାମାଡ କରିଥିଲା । ସୌଭାଗ୍ୟବଶତଃ ବିଜୟ ଘରେ ନଥିବାରୁ ସେ ବର୍ତ୍ତି ଯାଇଥିଲେ । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ନିଲୁ ବରାଳ ଓ ତା ଗ୍ୟାଙ୍ଗ ଠାରୁ ଚାରୋଟି ଜୀବନ୍ତ ବୋମା ଜବତ କରିଛି ସଦର ଥାନା ପୋଲିସ ।

hiranchal ad1
Leave A Reply

Your email address will not be published.

4 × 3 =