ଲଗାଣ ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ

0 321

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଗତ କାଲି ଠାରୁ ଲାଗି ରହିଛି ଲଗାଣ ବର୍ଷା । ଫଳରେ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଅଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ସୂଚନା ରହୁଛି । ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୁର୍ତ୍ତମଗଡ଼ ପଞ୍ଚାୟତର ଡାଙ୍ଗେସିଗୁଡ଼ା-କରୁକୁଡ଼ୁପା ରାସ୍ତା ଧୋଇ ହୋଇଯାଇଥିବା ଯୋଗୁଁ ଅନେକ ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ଥିବା ଜଣାପଡ଼ିଛି । ଅନ୍ୟପଟେ ପ୍ରାୟ ୧୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେବ ବାଲିଗୁଡ଼ା ଅଞ୍ଚଳରେ ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି । ଫଳରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

10 + seventeen =