ଆର୍ଟକୁ ନେଇ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସ୍ୱପ୍ନ ,ରାୟଗଡା ସହରର ସୌନ୍ଦର୍ଯ୍ୟ ବଢାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର

0 89

ରାୟଗଡା: ରାୟଗଡା ସହରର ବ୍ଳକ କଲୋନୀ କାନ୍ଥରେ ଶୋଭା ପାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର । ଏହି ଭଳି ଚିତ୍ରଗୁଡିକ ସହରର ବିଭିନ୍ନ ସ୍ଥାନରେ ଆଙ୍କି ସହରର ସୈାନ୍ଦଯ୍ୟ ବଢାଇବା ସହ ଯୁବ ପିଢୀ ଆର୍ଟ ଭଳି କ୍ଷେତ୍ରରେ ମଧ୍ୟ ନିଜର ସୁନ୍ଦର ଭବିଷ୍ୟତ ଗଢି ପାରିବେ ବୋଲି କହିଛନ୍ତି ଯୁବ ଚିତ୍ରଶିଳ୍ପୀ ଏମ.ଜନାର୍ଦ୍ଦନ ଆଚାରୀ । ରାୟଗଡା ଜିଲ୍ଳା ସଦର ବ୍ଳକ କୁଲି ଗ୍ରାମର ଏମ.ଗଙ୍ଗାଧର ଆଚାରୀ ଓ ଏମ.କଳାବତୀଙ୍କ ସାନ ପୁଅ ହେଉଛନ୍ତି ଜନାର୍ଦ୍ଦନ ଆଚାରୀ ଓରଫ ଜେଡି । ବାପା ଗଙ୍ଗାଧର ମଧ୍ୟ ଜଣେ ଚିତ୍ରକର ହୋଇଥିବା ବେଳେ ବାପାଙ୍କ ଠାରୁ ପ୍ରେରଣା ପାଇ ଚିତ୍ରକଳା କ୍ଷେତ୍ରରେ ପାଠ୍ୟକ୍ରମ ଶେଷ କରି ଏବେ ରାୟଗଡା ସହରରେ ଜେଡି ଭିଜୁଆଲ୍‌ ଆର୍ଟ ଏକାଡେମୀ ନାମରେ ଏକ କେନ୍ଦ୍ର ଖୋଲି ଅନେକ ପିଲାଙ୍କୁ ପେଂଟିଙ୍ଗ, ଡ୍ରଇିଂ, ସ୍କେଚିଂ, କ୍ରାଫ୍ଟ ଆର୍ଟ ଭଳି ତାଲିମ ପ୍ରଦାନ କରୁଛନ୍ତି । ପିଲାଟୁ ଦିନରୁ ଚିତ୍ରକଳା ପ୍ରତି ରୁଚି ରଖିଥିବା ଜନାର୍ଦ୍ଦନ ଏବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି । କାନ୍ଥରେ ହେଉ କି ବୋର୍ଡରେ ହେଉ ଜନାର୍ଦ୍ଦନଙ୍କ ତୁଳିରେ ଜୀବନ୍ତ ହୋଇ ଉଠୁଛି ଯେମତି ସମସ୍ତ ଚିତ୍ର । ରାୟଗଡା ରେଳବାଇ ଷ୍ଟେସନ ହେଉ କିମ୍ବା ସହରର ବ୍ଳକ କଲୋନୀ ତଥା ଅନ୍ୟ ସ୍ଥାନଗୁଡିକରେ ବିଭିନ୍ନ ସୁନ୍ଦର ରଙ୍ଗବେରଙ୍ଗ ଚିତ୍ର ଆଙ୍କି ସହରର ସୈାନ୍ଦର୍ଯ୍ୟ ବଢାଇଛନ୍ତି ଜନାର୍ଦ୍ଦନ । ୨୦୧୭ ମସିହାରେ କୋରାପୁଟ ଜିଲ୍ଳା ଜୟପୁର ସ୍ଥିତ ବିକ୍ରମଦେବ ଆର୍ଟ କଲେଜରେ ବୈଷୟିକ ଶିକ୍ଷା ଲାଭ କରିଥିବା ବେଳେ ୨୦୨୧ ମସିହାରେ ଖଲ୍ଳିକୋଟ ଆର୍ଟ କଲେଜରେ ଡିଗ୍ରୀ ଶେଷ କରିବା ପରେ ଦକ୍ଷିଣ ଭାରତର ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଆସିଷ୍ଟାଂଟ ଡାଇରେକ୍ଟର ଭାବେ କାମ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + six =