ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ ଉଦଯାପିତ

0 100

ପାରଳାଖେମୁଣ୍ଡି:ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶନିବାର ସ୍ମୃତିରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ସାଂସଦ, ବ୍ରହ୍ମପୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୁହା ପୁନମ ତାପସ କୁମାର, ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ, ଓରମାସ, ଭୁବନେଶ୍ୱର, ଡ଼.ରାମାନୁଜ ନାରାୟଣ, ନିର୍ଦ୍ଦେଶକ, ସି.ଏସ୍‌.ଆଇ.ଆର-ଆଇ.ଏମ.ଏମ.ଏଟି.ଭୁବନେଶ୍ୱର, ସୁନିଲ ମହାନ୍ତି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଜପତି,ଅଶୋକ କୁମାର ମହାନ୍ତି, କମାଣ୍ଡାଣ୍ଟ, ଓଏସ୍‌ଏପି ୩ୟ ବାଟାଲିୟନ ଗଜପତି ଓ ମୁଖ୍ୟବକ୍ତା ଭାବରେ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ପାରଳାଖେୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା, ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ, ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ । ପରେ ଜିଲ୍ଲାର କୋଣ ଅନୁକୋଣ ତଥା ପୁରପଲ୍ଲୀର ଉଭୟ କଳାକାର ଓ ଜନସାଧରଣ ଏହି ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସାମିଲ ହେଇଥିଲେ । ବିଶେଷ କରି ପାଞ୍ଚ ଦିନରେ ରାଜ୍ୟ ଓ ରାଜ୍ୟ ବାହାର, ଜିଲ୍ଲା ଓ ଜିଲ୍ଲା ବାହାର କଳାକାରମାନଙ୍କ ମହାମିଳନର ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଛି । ପରେ ପରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଗଜପତିଙ୍କ ଦ୍ୱାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସବରେ ସମ୍ମାନିତ କରାଯାଇଥିଲା । ଉତ୍ସବର ସମସ୍ତ କମିଟି ଅଧ୍ୟକ୍ଷ ଓ ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

hiring


ସେହିପରି ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ପଲ୍ଲିଶ୍ରୀ ମେଳା ୨୦୨୩ରେ ୧ କୋଟି ୧ ଲକ୍ଷ ଶହେ ୧୧ ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟବସାୟ କରଯାଇଛି । ସେହିପରି ରାଧା ରମଣ ସ୍ୱୟଂ ସହାୟକ ଗୋଷ୍ଠୀ କଟକ, ମହା ଲକ୍ଷ୍ମୀ ମହିଳା ସଂଗଠନ ମିଶନ ଶକ୍ତି ଗୁମ୍ମା, ଓଡ଼ିଶା ମିଲେଟ୍‌ ମିଶନ ଗଜପତି, ମହାବୀର ଉତ୍ପାଦକ ଗୋଷ୍ଠୀ ଖୋର୍ଦ୍ଧା, ଏଗ୍ରୋ ପ୍ରଡକ୍ଟ ପ୍ରୋଡୁସର୍‌ କମ୍ପାନୀ କୋରାପୁଟ ଓ ମା ବୀଣାପାଣି ସ୍ୱୟଂ ସହାୟକ ଗୋଷ୍ଠୀ ବୌଦ୍ଧ ଏହି ଦଳକୁ ସମ୍ମାନିତ କରାଯାଇଥିଲା । ଉଦ୍ୟାନ ବିଭାଗ ଗଜପତି, ଜିଲ୍ଲା ବନ ବିଭାଗ ଗଜପତି ଓ ଜିଲ୍ଲା ଶିଳ୍ପକେନ୍ଦ୍ର ଗଜପତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ଜିଲ୍ଲା, ତଥା ଜିଲ୍ଲା ବାହାର ର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ । ଯତା ଭବାନୀପାଟଣାର ବାଜାସାଲା, ପୁରୀର ଗୋଟିପୁଅ ଓ ଆମ ଜିଲ୍ଳାର ଗୁମ୍ମା, ଗୋସାଣୀ, କାଶୀନଗର, ମୀରାକାଳର ଗୋଟି ପୁଅ, ବିନିଶି କୁଚିପୁଡ଼ି ଏକାଡେମୀର କୁଚିପୁଡି ନୃତ୍ୟ, ୱିନର ଟିମ୍‌ ମହାକ୍‌, ଜୟ ଜଗନ୍ନାଥ ମୋଡେନ୍‌ ନୃତ୍ୟ ଓ ଦେଖ ଜିଲ୍ଲା ଗଜପତି ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି, ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚରୀମାନେ ପରିଚାଳନରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସୁଶ୍ରୀ ସ୍ୱାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ପୋଲିସ୍‌ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =