ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଜବାନ୍‌ ଗୁରୁତର

0 201

ବାଲିଗୁଡ଼ା: କୁମ୍ବିଂ ଅପରେସନ ବେଳେ ଅଘଟଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଏସ୍‌ଓଜି ଜବାନ୍‌ ଗୁରୁତର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତର ଗୁଡ୍ରୀଗାଁ ନିକଟସ୍ଥ ସିରିକୁଟି ଜଙ୍ଗଲରେ ଚାଲିଥିଲା କୁମ୍ବିଂ ଅପରେସନ । ଏସ୍‌ଓଜି ଜବାନ୍‌ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓବାଦୀମାନେ ପୁର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା । ଫଳରେ ଜଣେ ଏସ୍‌ଓଜି ଜବାନଙ୍କର ଆଖିରେ ଗୁରୁତର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଜବାନ୍‌ ଅମିୟ ରଞ୍ଜନ ଦାସଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି । ସେପଟେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ରହୁଛି ।

hiranchal ad1
Leave A Reply

Your email address will not be published.

1 × 3 =