ଜାନୁଆରୀ ୧୫ରୁ ବରଗଡ ଧନୁଯାତ୍ରା; ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ

0 71

ବରଗଡ଼ ; ଜାନୁଆରୀ ୧୫ରୁ ଆରମ୍ଭହେବ ବରଗଡ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ଯାତ୍ରା ସମୟରେ କୌଣସି ପ୍ରକାର ବିଘ୍ନ ସୃଷ୍ଟିନହେବାପାଇଁ ତଥା ମଞ୍ଚ ଗୁଡିକୁ ଦେବରାଜ ଇନ୍ଦ୍ରଙ୍କ କୋପରୁ ରକ୍ଷା କରିବା ପାଇଁ
ଅଷ୍ଟଗୁଳା ନାଗ ଓ ଇନ୍ଦ୍ର ଦେବଙ୍କ ପୂଜାର୍ଚ୍ଚନା ରାଜପୁରୋହିତ ଶିବ ଦାଶ କରିଛନ୍ତି ।
ଏହି ପୂଜା ରେ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ମୋନିଷା ବାନାର୍ଜୀ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ କଂସ ଭୁମିକା ଲାଗି
ହୃଷିକେଶ ଭୋଇଙ୍କୁ ବରଣ କରାଯାଇଥିଲା। ।ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ଧନୁଯାତ୍ରାରେ ମଞ୍ଚସ୍ଥ କରାଯାଇଥାଏ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।
୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ୧୯୪୭ ମସିହାରେ ଇଂରେଜମାନଙ୍କୁ ହଟାଇ ଭାରତୀୟମାନେ ସ୍ୱାଧୀନତା ହାସଲ କରିଥିଲେ । ବରଗଡ଼ ସହରର କିଛି କୁଲି କାମ କରୁଥିବା ଲୋକେ ଏହି ବିଜୟ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ ।
ବରଗଡରୁ ସତ୍ୟଜିତ ଦାଶଙ୍କ ରିପୋର୍ଟ ହିରାଞ୍ଚଳ ଲାଇଭ୍

hiranchal ad1
Leave A Reply

Your email address will not be published.

eighteen + 4 =