ପ୍ରଶାସନର ତୃଟିପୂର୍ଣ୍ଣ ବ୍ୟବସ୍ତାପାଇଁ ମାଲାମାଲ୍‌ ହେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

0 202

ଗଜପତି ; ମଣ୍ଡି ନ ଖୋଲିବାରୁ ଚାଷି ବାଧ୍ୟ ହୋଇ ଧାନ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁଛନ୍ତି।
ଖରିଫଋତୁରେ ଚାଷହେଉଥିବା ଧାନ ଅମଳ ହୋଇସାରିଲାଣି କିନ୍ତୁ ଏଯାଏଁ ଗଜପତି ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇନାହିଁ।ସେଥିପାଇଁ ବାଧ୍ୟହୋଇ ଚାଷି ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରିକରୁଥିବାର ଦେଖିବାକୁ ମିଳିଛି। ଆନ୍ଧ୍ରବେପାରୀ ଗାଡି ଧରି ଆସି ଚାଷୀଙ୍କ ଧାନ ଓଜନକରି ଧାନ ନେଇଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ବିକ୍ରିକରିବାନେଇ ମଣ୍ଡିରୁ ମେସେଜ ଆସିନଥିବା ଚାଷି ଅଭିଯୋଗ କରିଛନ୍ତି।ଚଳିତ ମାସ ଶେଷସୁଦ୍ଧା ମଣ୍ଡି ଖୋଲିବାର ବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ବିଲ ଓ ଖଳାରେ ଚାଷୀଙ୍କ ଧାନ ପଡିରହିଛି। ଚାଷି ଅସହ୍ୟ ଶୀତରେ ଧାନକୁ ଜଗିରହିଛନ୍ତି।ଆନ୍ଧ୍ରରେ ଚାଷୀଙ୍କୁ ସୁତୁଲୀ ପଇସା,ଅଖାପଇସା, ପରିବହନ ଖର୍ଚ୍ଚ ପ୍ରଦାନ କରୁଥିବା ବେଳେ ଓଡ଼ିଶାରେ ଚାଷୀଙ୍କୁ ସୁତୁଲୀ ଅଖା ଓ ପରିବହନ ଖର୍ଚ୍ଚ ନଦେବା ଚାଷି ଅଭିଯୋଗ କରିଛନ୍ତି। ତେବେ ଚାଷୀଙ୍କ ଅସନ୍ତୋଷ ଚରମ ସିମାରେ ପହଞ୍ଚିଥିବାବେଳେ, ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର

hiring

ଗଜପତି ରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ହୀରାଞ୍ଚଳ ଲାଇଭ୍

hiranchal ad1
Leave A Reply

Your email address will not be published.

19 − eighteen =