ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର

0 84

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ନୂଆଗାଁ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ,ବ୍ଲକ୍‌ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଉକ୍ତ ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୦୪ଟି ଆପତ୍ତି ଅଭିଯୋଗ ଆସିଥିଲା । ସେଥି ମଧ୍ୟରେ ୬୮ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୯ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୨୬ ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା । ରେଡ଼କ୍ରସରୁ ୧ଜଣ ଅଭିଯୋଗ କରିଥିଲା ବେଳେ ସେଥି ମଧ୍ୟରୁ ୩୭ଟି ତୁରନ୍ତ ସମାଧାନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two × three =