“ଘରେ ଘରେ କଂଗ୍ରେସ ଘରେ ଘରେ ହାତ’ କାର୍ଯ୍ୟକ୍ରମ ସାମିଲ ହେଲେ ହଜାର ହଜାର କର୍ମୀ

0 129

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୧୫ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ରେ କଂଗ୍ରେସ କର୍ମୀମାନଙ୍କୁ ନେଇ ଏକ ଉତ୍ସାହ ସହିତ ସମସ୍ତ ନେତା କର୍ମୀମାନେ ଏକତ୍ରିତ ହୋଇ ସମସ୍ତ ଜନସାଧାରଣଙ୍କୁ ଭେଟିବେ ଘରକୁ ଘର ବୁଲି ଘରେ ଘରେ କଂଗ୍ରେସ ଘରେ ଘରେ ହାତ ନାରା ଦେଇ କଂଗ୍ରେସ ସରକାର ସମୟରେ କରିଥିବା ଲୋକଙ୍କ ପାଇଁ କାର୍ଯ୍ୟକୁ ପହଞ୍ଚାଇବା ସହ ବର୍ତ୍ତମାନର ବିଜେପି ବିଜେଡ଼ି ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ ଜାରି ରହିଛି । କଂଗ୍ରେସ ସରକାର ଦେଶ ସ୍ୱାଧୀନ ହେବାଠାରୁ ଆରମ୍ଭ ହୋଇଥିବା ଦେଶରେ ଯାହା କିଛି ହୋଇଛି ତାହା କଂଗ୍ରେସ ସରକାର ସମୟରେ ହୋଇଥିବା ଦେଖିବାକୁ ମିଳିଛି । ସରକାର ଟଙ୍କାକିଆ ଚାଉଳରୁ ଆରମ୍ଭ କରିଥିଲେ, ଯାହା କି ତାକୁ କଂଗ୍ରେସ ସରକାର ତତ୍କାଳୀନ ଧାନମନ୍ତ୍ରୀ ମନମୋହନ ସିଂହ,ସୋନିଆ ଗାନ୍ଧିଙ୍କ ସମୟରେ ଏହା ଆରମ୍ଭ ହୋଇଥିଲା ଏହା କୌଣସି ଯୋଜନା ନାହିଁ ଏହା ହେଉଛି ଏକ ଏକ୍ଟ, ଖାଦ୍ୟ ସୁରକ୍ଷା ଏକ୍ଟ ପାସ ହେଇଥିବା ବେଳେ ସେହିପରି ଜଳସେଚନ ବ୍ୟବସ୍ଥାରେ ପ୍ରଗତି କଂଗ୍ରେସ ସମୟରେ ହୀରାକୁଦ, ଇନ୍ଦ୍ରାବତୀ,ଅପରକଓଲଇବ, ସୁବର୍ଣ୍ଣ ରେଖା ନଦୀବନ୍ଧ ଯୋଜନା କଂଗ୍ରେସ ସମୟରେ ହିଁ ଲୋକଙ୍କ ପାଇଁ କରାଯାଇଛି ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶୀ ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ।
ଆଜି ର ଏହି କାର୍ଯ୍ୟକ୍ରମ ପୂର୍ବରୁ ଗୋଷାଣୀ ବ୍ଲକ୍‌ର କତଲକୋଇଠା ପଞ୍ଚାୟତ ର ଶତାଧିକ କର୍ମୀ ବିଜେପି ଓ ବିଜେଡ଼ି ଛାଡି କଂଗ୍ରେସରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମହୋନା ବିଧାୟକ ଦାସରଥି ଗମାଙ୍ଗ, ଅଭିମନ୍ୟୁ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ବିଭୁତି ଭୂଷଣ ପାତ୍ର ଈଶ୍ୱର ମାଝି, ରାଜାପାତ୍ର, ଗୁମ୍ମା ବ୍ଲକର ସଭାପତି ଲଳିତ ମୋହନ ଦଣ୍ଡସେନା, ରେଣୁକା ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର, ଅମର ପାତ୍ର, ସଞ୍ଜୟ ଅଧିକାରୀ, ଆଶୋକ କୁମାର ଅଧିକାରୀ, ଲୋକି ପାତ୍ର ପ୍ରମୁଖ ଶତାଧିକ ନେତା କର୍ମୀମାନେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସର ପଦାଧିକାରୀମାନଙ୍କ ଉପସ୍ଥିତରେ ଆଜିର କାର୍ଯ୍ୟକ୍ରମରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ସୂଚାରୁରୂପେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

15 + 2 =