ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0 62

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଇଥିଲା । ଏଥିରେ ନନ୍ଦାହାଣ୍ଡି ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ଜିଲ୍ଲାପାଳଙ୍କୁ ନିଜର ତଥା ନିଜ ଅଞ୍ଚଳର ୩୦ ଗୋଟି ସମସ୍ୟା ତଥା ଆପତ୍ତି ଅଭିଯୋଗ ମଧ୍ୟରୁ ୨୦ ଜଣଙ୍କ ବ୍ୟକ୍ତିଗତ ଓ ୧୦ ଗୋଟି ଦଳ ଗତ ଅଭିଯୋଗ ଶୁଣାଣି କରାଯାଇଥିଲା । ଏଥି ସମ୍ବନ୍ଧିତ ପତ୍ର ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଜନ ଶୁଣାଣି ଶିବିରରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ୍‌ ସୁଶ୍ରୀ, ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅନ୍ୟା ଦାସ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ତହସିଲଦାର ବନମାଳୀ ମେହେର, ଜିଲ୍ଲା ଏବଂ ଜିଲ୍ଲା ସ୍ତରୀୟ ଏବଂ ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ପଂଚାୟତ ସମିତି ର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ୭ ଜଣଙ୍କୁ ବିଭିନ୍ନ ଭତ୍ତା ଦେବା ସହ ଜଣଙ୍କୁ ଆଶା ବାଡି ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

8 + thirteen =