ମା’ ଭୈରବୀଙ୍କ ଷୋଡଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

0 197

ହରଭଙ୍ଗା,୨୬/୯:- ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା’ ଭୈରବୀଙ୍କ ପୀଠରେ ଷୋଡଶ ପୂଜା ବା ଗୁପ୍ତ ପୂଜା ପାଇଁ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା’ ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତବର୍ଷ ଆଶ୍ୱିନମୂଳାଷ୍ଟମୀ ଠାରୁ ପୂଜା ଆରମ୍ଭ ହୋଇ କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବା ନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ଆସନ୍ତା ମାସ ଅକ୍ଟୋବର ୬ତାରିଖ ଶୁକ୍ରବାର ମୂଳାଷ୍ଟମୀ ତିଥି ହେଉଥିବାରୁ ମା’ ଙ୍କ ପୂଜା ଆରମ୍ଭ ଓ ଖଣ୍ଡା ବସା ନୀତି,୧୪ ତାରିଖ ଶନିବାର ମହାଳୟା ଖଣ୍ଡା ଲେଉଟା ନୀତି,୨୨ରେ ଶନିବାର ପୀଠେ ମହାଷ୍ଟମୀ ପୂଜା,୨୪ରେ ମଙ୍ଗଳବାର ମା’ଙ୍କ ପିଠେ ଦଶହରା ବା ବିଜୟା ଦଶମୀ ନୀତି,୨୮ ତାରିଖ ଶନିବାର କୁମାର ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ ଥିବାରୁ ଦିବା ୧୦ଘଣ୍ଟା ଠାରୁ ବିସର୍ଜନ ପୂଜା ନୀତି ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି । ଉକ୍ତ ବୈଠକରେ କମିଟି ସମ୍ପାଦକ ସୁସେଣ ପ୍ରଧାନ, ରାମଚନ୍ଦ୍ର ସାହୁ, ସରୋଜ ପ୍ରଧାନ, ସୁକାନ୍ତ ଦାସଙ୍କ ସମେତ ଅଞ୍ଚଳର ଷୋଳ ଖଣ୍ଡ ମୌଜାର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 − seven =