ପୋଲ ସମସ୍ୟା ନେଇ ୫୭ନଂ ଜାତୀୟ ରାଜପଥ ଅବରୋଧ, ୫ ଘଣ୍ଟା ପରେ ହଟିଲା

0 196

ହରଭଙ୍ଗା,୨୬/୯:- ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ନିମ୍ନମାନର ପୋଲ କାର୍ଯ୍ୟ ନେଇ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ନେଇ ଆଜି ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଚିଲ୍ଲାଖଣ୍ଡି ନାଳ ଉପରେ ପ୍ରଶସ୍ତ ସେତୁ ନିର୍ମିତ ହୋଇଥିଲା । ସେତୁ ନିର୍ମାଣର ବର୍ଷେ ଭିତରେ ଉକ୍ତ ସେତୁ ଉପରୁ ବହୁବାର କଂକ୍ରିଟ ଉଠି, ଲୁହା ରଡ଼ ଗୁଡିକ ଉପରକୁ ବାହାରିବାରୁ ବର୍ଷେ ଭିତରେ ଛୋଟ ବଡ଼ ପ୍ରାୟ ୨୦ରୁ ଅଧିକ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏବଂ ଉକ୍ତ ରାଜପଥର ଚିଲ୍ଲାଖଣ୍ଡି ସେତୁ ଏବେ ମରଣ ଯନ୍ତା ପାଲଟିଛି । ବିଭିନ୍ନ ସମୟରେ ଉକ୍ତ ସେତୁ ସମସ୍ୟା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଲେ ବିଭାଗ ତରଫରୁ ଧର୍ମକୁ ଆଖିଠାର ପରି କାର୍ଯ୍ୟ କରାଯାଉଛି । ଆଜି ଏହି ସେତୁ ଉପରେ ଦୁଇ ଦୁଇଟି ଦୁର୍ଘଟଣା ଘଟିବାରୁ ସ୍ଥାନୀୟ ଜନସାଧାରଣ ଉତ୍ୟକ୍ତ ହୋଇ ଉକ୍ତ ସେତୁ ଉପରେ ବାହାରିଥିବା ଲୁହା ଛଡ଼ ଓ ଖାଲଖମାରେ ପଥର ଓ ଗାଡି ଟାୟାର ରଖି ଚିଲ୍ଲାଖଣ୍ଡି ସେତୁର ନୂତନୀ କରଣ ଓ ସ୍ଥାୟୀ ସମାଧାନ କରିବା ପାଇଁ ଅଭିଯୋଗ ଆଣିବା ସହିତ ସେତୁ ଉପରେ ଦିନ ୧ଘଣ୍ଟା ଠାରୁ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁସଂଖ୍ୟକ ଭାରୀଯାନ, ଯାତ୍ରୀବାହି ବସ୍‌ ଅଟକି ରହିଥିଲା । ଦୀର୍ଘ ୫ଘଣ୍ଟା ରାସ୍ତାରୋକ ପରେ ଏନଏଚ୍‌ ବିଭାଗ ଘଟଣା ସ୍ଥଳରେ ପହଞ୍ଚି଼ି ବାହାରକୁ ବାହାରିଥିବା ଲୁହା ଛଡ଼ କାଟିବା ସହିତ ଆସନ୍ତା ଦୁଇଦିନ ଭିତରେ ରାସ୍ତା କରାମତି କରିବାକୁ ପ୍ରତିଶୃତି ଦେଲା ପରେ ରାସ୍ତା ଅବରୋଧ ହଟିଥିଲା ଓ ଜାତୀୟ ରାଜପଥ ସ୍ୱାଭାବିକ ହୋଇଥିଲା ।

hiranchal ad1
Leave A Reply

Your email address will not be published.

18 − six =