ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

0 80

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ କାର୍ଯ୍ୟରତ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବି ନେଇ ଏକ ସ୍ମାରକପତ୍ର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପତିତପାବନ ବାରିକଙ୍କୁ ପ୍ରଦାନ କରାଯାଇଛି । ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀମାନେ ୫ ଦଫା ଦାବିପତ୍ର ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ସେମାନଙ୍କ ଚାକିରି କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି ଦିଆଯିବା, ୩.୧୧.୨୦୨୦ ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆର୍‌.ଏ.ସି.ପି ଆକାରରେ ଗ୍ରେଡ-ପେ ଦିଆଯିବା,୨୦୦୪ ରୁ ୨୦୧୩ ମସିହାରେ ଓ.ଆର୍‌.ଭି. ଆକ୍ଟରେ ଚାକିରି କରୁଥିବା ଠିକା କର୍ମଚାରୀଙ୍କ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ୬ଟି କ୍ଲଷ୍ଟଲ ଇଂକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯିବା, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ(ମହିଳା /ପୁରୁଷ) ଓ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ (ମହିଳା /ପୁରୁଷ)ଙ୍କ ପଦବୀର ନାମ ପରିବର୍ତ୍ତନ କରାଯିବା, ପୋଷାକ ଭତ୍ତା ଆକାରରେ ମାସିକ ୫୦୦୦ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି ନେଇ ଗୋଷାଣୀ ବ୍ଲକରେ କାର୍ଯ୍ୟରତ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଜଣ କର୍ମଚାରୀ ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦାବିପତ୍ର ଦେଇଥିଲେ । କର୍ମଚାରୀ ମାନେ କହିଥିଲେ ଯେ, ଯଦି ସରକାର ଏହି ଦାବି ଗୁଡ଼ିକ ପୂରଣ ନକରିଲେ ଆସନ୍ତା ମାସ ଡିସେମ୍ବର ୭ତାରିଖ ଠାରୁ କଳା ବ୍ୟାଜ୍‌ ପିନ୍ଧିବେ ଓ ୧୨ତାରିଖରୁ ସରକାରଙ୍କୁ ଅସହଯୋଗ ଆନ୍ଦୋଳନ କରିବେ । ତଥାପି ସରକାର ଯଦି ଦାବି ପୂରଣ ନକରିବେ ୨୧ତାରିଖ ଠାରୁ ସମସ୍ତ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ । ଯାହାକି ଟିକାକରଣ ପରିଚାଳନା, ମମତା ଦିବସ ପରିଚାଳନା, ଜାତୀୟ ସ୍ୱାସ୍ଥ୍ୟ ଦିବସ ପରିଚାଳନା ପରି ବହୁ କାର୍ଯ୍ୟ ବନ୍ଦ ରହିବ ଏହି ଦାବିପତ୍ର ପ୍ରଦାନ ବେଳେ ସ୍ୱାସ୍ଥ୍ୟକର୍ମୀ ପ୍ରୋମୋଦ କୁମାର ନାୟକ, ବାବୁଲା ଜେନା, ଉମେଶ ମୋହାଙ୍କୁଡ, କେକେ ସାମା, ସ୍ୱାସ୍ଥ୍ୟକର୍ମୀ ଏନ ଲକ୍ଷ୍ମୀଆମ୍ମା, କ୍ରୀଷ୍ଣାଦେବୀ, ବି ଜଗଦମ୍ବାଙ୍କ ସମେତ ବହୁ କର୍ମଚାରୀମାନେ ଉପସ୍ଥିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × 4 =