ବାଲୁକା କଳା ମାଧ୍ୟମରେ ଶିବରାତ୍ରୀର ଶୁଭେଚ୍ଛା

0 54

ପୁରୀ : ପବିତ୍ର ମହାଶିବରାତ୍ରି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବରାତ୍ରିର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ ୨୩ ହଜାର ୪୩୬ ଟି ରୁଦ୍ରାକ୍ଷ ବ୍ୟବହାର ହୋଇଛି । ବାଲୁକା ଚିତ୍ରକଳାରେ ପ୍ରଭୁ ଶିବଙ୍କ ପ୍ରତିକୃତି ସମେତ ଶିବଲିଙ୍ଗର ପ୍ରତିକୃତି କରିଛନ୍ତି ସୁଦର୍ଶନ । ବିଶ୍ୱରେ ଏବେ ତୃତୀୟ ବିଶ୍ୱ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଶ୍ୱରେ ଶାନ୍ତି କାମନା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରକଳାରେ ବିଶ୍ୱ ଶାନ୍ତି ନେଇ ବାର୍ତ୍ତା ରହିଛି ।

hiranchal ad1
Leave A Reply

Your email address will not be published.

2 × three =