ଆସିଲା ମାର୍ଚ୍ଚ ମାସର ଗାଇଡଲାଇନ,ଜାଣନ୍ତୁ କ’ଣସବୁ ରହିଛି ଏଥିରେ

0 174

ଭୁବନେଶ୍ୱର,୨୮/୨: ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ । ଆଜି ଜାରି ହୋଇଥିବା ଏହି ଗାଇଡଲାଇନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ନାଇଟ କର୍ଫ୍ୟୁକୁ ମଧ୍ୟ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଏହି ଗାଇଡଲାଇନରେ ପର୍ବପର୍ବାଣୀ ଉପରେ ଅଧିକ ଧ୍ୟାନ ଦେଇଛନ୍ତି ସରକାର । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନ ବେଳେ ସତର୍କକତା ଅବଲମ୍ବନ କରିବାକୁ କୁହାଯାଇଛି । ବିଶେଷ କରି ହୋଲି ସମୟରେ ବାହାରେ ରଙ୍ଗ ନଖେଳି ନିଜ ଘରେ ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ସରକାର । ସେହିପରି ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ହୋଲି ସମୟରେ କଟକଣା ଜାରି କରିପାରିବେ ବୋଲି ମଧ୍ୟ କୁହାଯାଇଛି । ଏହାସହ ବିବାହ ଓ ବ୍ରତଘରରେ ସର୍ବାଧିକ ୫ଶହ ଜଣ ଯୋଗ ଦେବାକୁ ଅନୁମତି ମିଳିଛି । ସେହିପରି ଅନ୍ତ୍ୟେଷ୍ଟିକ୍ରିୟାରେ ୨୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିପାରିବ । ହେଲେ ଏନେଇ ସ୍ଥାନୀୟ ପ୍ରଶାସନଠୁ ଅନୁମତି ନେବାକୁ ପଡିବ । ସେହିପରି କଟକଣା ସହ ପାଳନ ହୋଇପାରିବ ମହାଶିବରାତ୍ରୀ । ସର୍ବସାଧାରଣ ସାଧାରଣ ସ୍ଥାନରେ ହୋଲି ହୋଲି ଭଳି ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଛି । ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାକୁ ମଧ୍ୟ ଅନୁମତି ମିଳିଛି ।

hiranchal ad1
Leave A Reply

Your email address will not be published.

12 − 1 =