କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ଏନସିସି କ୍ୟାମ୍ପ ଉଦଯାପିତ

0 57

ଭବାନୀପାଟଣା: କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପରିସରରେ ୨(ଓଡ଼ିଶା) ଏୟାର ସ୍କ୍ୱାଡ୍ରନ ଫ୍ଲାଇଂ ଏନ.ସି.ସି, ଝାରସୁଗୁଡ଼ା ଆନୁକୂଲ୍ୟରେ ୧୦ଦିନିଆ ବାର୍ଷିକ ଟ୍ରେନିଂ କ୍ୟାମ୍ପ ଉଦଯାପିତ ହୋଇଯାଇଅଛି ।
ଏହି ଅବସରରେ କେଡେ଼ଟଙ୍କ ଦ୍ୱାରା ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ ଶତପଥୀ, ସମ୍ମାନିତ ଅତିଥି ଭାବେ ୪(ଓଡ଼ିଶା) ନାଭାଲ ଏନ.ସି.ସି ୟୁନିଟର କମାଣ୍ଡିଂ ଅଫିସର ସୁନୀଲ ବେହେରା ଯୋଗଦାନ ଦେଇଥିଲେ । ଏହି ଅବସରରେ କ୍ୟାମ୍ପର କମଣ୍ଡେଣ୍ଟ ୱିଙ୍ଗ୍‌ କମାଣ୍ଡର ତାପସ ଓଝା କ୍ୟାମ୍ପ ବିବରଣୀ ପଠନ କରିଥିଲେ ଓ ପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କେଡେ଼ଟଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × five =