ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ

0 57

ମାଲକାନଗିରି:  ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ।  ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ବ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି ।

hiring

ସୂଚନା ଅନୁଯାୟୀ, ଜିଲାରେ ନିର୍ମାଣଧିନ ଏୟାରପୋର୍ଟରେ ଜମି ହରା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୭.୪୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଥିବାବେଳେ ଏହି ଟଙ୍କା ଦେବା ପାଇଁ ରାଜସ୍ବ ନିରକ୍ଷକ ଜଣଙ୍କ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସର ଏକ ଟିମ୍‌ ସାହୁଙ୍କୁ କାବୁ କରିବା ସହ ତଦନ୍ତ ଜାରି ରଖିଛି । ଗୌଡଗୁଡା ପଞ୍ଚାୟତରେ ଲାଞ୍ଚ ନେବା ବେଳେ ଏହି ଚଢ଼ାଉ ହୋଇଛି ।

hiranchal ad1
Leave A Reply

Your email address will not be published.

sixteen − four =