ପ୍ରବୀଣ କୁମାରଙ୍କ କାରକୁ ଧକ୍କା ଦେଲା ଟ୍ରକ୍‌, ସାଥୀରେ ଥିଲେ ପୁଅ

0 75

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ପ୍ରବୀଣ କୁମାର ମଙ୍ଗଳବାର ରାତିରେ ମେରୁଟରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦ୍ରୁତବେଗରେ ଆସୁଥିବା ଏକ ଟ୍ରକ ତାଙ୍କ କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡରକୁ ଧକ୍କା ଦେଇଥିଲା । କାର ଦୁର୍ଘଟଣା ଘଟିବା ସମୟରେ ତାଙ୍କ ପୁଅ ମଧ୍ୟ ପ୍ରବୀଣଙ୍କ ସହ ଥିଲେ । ତେବେ ଖୁସି ଖବର ହେଉଛି ଦୁର୍ଘଟଣାରେ ଉଭୟ ସୁରକ୍ଷିତ ଅଛନ୍ତି । ଏହି ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଥିଲା ।
ପୂର୍ବତନ ଭାରତୀୟ ଖେଳାଳି ପ୍ରବୀଣ କୁମାର ମଙ୍ଗଳବାର ବିଳମ୍ବିତ ରାତିରେ ମେରୁଟର ପାଣ୍ଡବନଗରରୁ ତାଙ୍କ ପୁଅଙ୍କ ସହ ଆସୁଥିଲେ । ଗାଡି କମିଶନରଙ୍କ ବାସଭବନ ନିକଟରେ ପହଞ୍ଚିବା ମାତ୍ରେ ତାଙ୍କ ଗାଡି ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଗାଡିଟି ଭାଙ୍ଗି ଚୁରମାର ହୋଇଯାଇଥିଲେ ମଧ୍ୟ ଉଭୟ ବାପପୁଅ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଖବର ପାଇବା ମାତ୍ରେ ସିଭିଲ ଲାଇନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଥିଲା ।
୨୦୦୭ ମସିହାରେ ମଧ୍ୟ ପ୍ରବୀଣ କୁମାର ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ୨୦୦୭ ରେ ଏକ ବିଦେଶୀ ଭ୍ରମଣରୁ ଘରକୁ ଫେରିବା ପରେ ସେ ରିସେପ୍ସନ୍‌ ସମୟରେ ଏକ ଖୋଲା ଜିପରୁ ଖସିପଡିଥିଲେ । ସୂଚନାଯୋଗ୍ୟ ଯ, ପ୍ରବୀଣ ଭାରତ ପାଇଁ ୬ ଟି ଟେଷ୍ଟ, ୬୮ ଟି ଦିନିକିଆ ଏବଂ ୧୦ ଟି -୨୦ ମ୍ୟାଚ୍‌ ଖେଳିଛନ୍ତି, ଯେଉଁଥିରେ ସେ ତାଙ୍କ ଆକାଉଣ୍ଟରେ ଯଥାକ୍ରମେ ୨୭, ୭୭ ଏବଂ ୮ ୱିକେଟ୍‌ ପଞ୍ଜିକରଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + seventeen =