ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମ

0 71

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଛତୁଚାଷ ତାଲିମ କାର୍ଯ୍ୟକ୍ରମ ୧୦ ଦିନ ଯାଏ ଚାଲିବ । ଜିଲ୍ଲାର ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୫ ଜଣ ମହିଳା ଓ ପୁରୁଷଙ୍କୁ ତାଲିମ ଦେବା ପାଇଁ ବ୍ୟବସ୍ଥା କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସାଇମୋନ ଡୁଙ୍ଗଦୁଙ୍ଗ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାଇକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀମାନଙ୍କୁ କହିଥିଲେ ଯେ, ଏହି ଛତୁ ତାଲିମ ନେଲା ପରେ ନିଜ ନିଜ ଅଞ୍ଚଳରେ ସଫଳତାର ସହ ଚାଷ କରି ରୋଜଗାରକ୍ଷମ ହୋଇପାରିବ । ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + 1 =