ସୀମାରେ ମାଓ ନିହତ, ବିପୁଳ ମାଓ ସାମଗ୍ରୀ ଜବତ

0 51

ସିନାପାଲି : ନୂଆପଡ଼ା ପଡୋଶୀ ଛତିଶଗଡ ପୋଲିସର ବଡ଼ ସଫଳତା । ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ଗରିଆ ବନ୍ଧ ଏସପି ଅମିତ ତୁକାରାମ କାମ୍ବଲେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିହତ ନକ୍ସଲ ଉଦାନ୍ତୀ ଏଲ୍‌ଓଏସ୍‌ର ଡେପୁଟି କମାଣ୍ଡର ନନ୍ଦଲାଲ ବୋଲି କହିଛନ୍ତି । ତା ନିକଟରୁ ଏକ ୩୦୩ ବୋର ରାଇଫଲ ଉଦ୍ଧାର କରାଯାଇଛି । ନିହତ ହୋଇଥିବା ନକ୍ସଲ ନାମରେ ଛତିଶଗଡ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ସେହିପରି ତା ନିକଟରୁ କିଛି କପି ବହି ମଧ୍ୟ ମିଳିଛି ଯେଉଁଥିରୁ ଅଧିକ ରହସ୍ୟ ଖୋଲିବାର ସମ୍ଭାବନା ଥିବା ଏସପି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଏହା ଉପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜାରୀ ରହିଛି । କିଛି ଦିନ ପୂର୍ବରୁ ଛତିଶଗଡ଼ର ଦାନ୍ତେୱାଡା ଠାରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ମାଓବାଦୀ । ଫଳରେ ୧୦ ଜଣ ଯବାନ ଏବଂ ଜଣେ ଗାଡ଼ି ଚାଳକ ସହିଦ ହୋଇଥିଲେ । ଏହାପରେ ଉଭୟ ରାଜ୍ୟର ପୋଲିସ ଜୋରଦାର କୋମ୍ବିଂ କରିବା ସହ ଗତକାଲି ଜଣେ ମାଓବାଦୀକୁ ଗୁଳି କରି ହତ୍ୟା କରିଛି ପୋଲିସ । ପ୍ରକାଶ ଯେ, ନୂଆପଡା ଜିଲ୍ଲା ସିନାପାଲି ସୀମାନ୍ତ ଘାଟମାଳ ଗ୍ରାମ ପଞ୍ଚାୟତ ଠାରୁ ୩୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି ।

hiranchal ad1
Leave A Reply

Your email address will not be published.

three × 4 =