ସର୍ଭେ କାମରେ କର୍ମଚାରୀ ନିୟୋଜିତ ଯୋଗୁଁ ଖରିଆର ରୋଡ ଏନଏସି କାର୍ଯ୍ୟ ବାଧାପ୍ରାପ୍ତ ; ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଜନ ପ୍ରତିନିଧି

0 45

ନୂଆପଡ଼ା : ନୂଆପଡା ଜିଲ୍ଲା ସୀମାନ୍ତ ଖରିଆର ରୋଡ଼ ଏନଏସିର ସରକାରୀ କର୍ମଚାରୀମାନେ ଓବିସି ଏବଂ ଏସଇବିସି ସର୍ଭେ କାର୍ଯ୍ୟରେ ନିୟୋଜନ ହୋଇଛନ୍ତି । ଫଳରେ ଏନଏସିରେ ଅନ୍ୟ ସବୁ କାମ ଠପ ପଡିରହିଅଛି । ଫଳରେ ସାଧାରଣ ଜନସାଧାରଣ ନିଜର କାର୍ଯ୍ୟ ପାଇଁ ଆସି ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଏହି ବିଷୟ ନେଇ ନଗରପାଳ ସୋନିଆ ଜୈନ, ଉପାଧ୍ୟକ୍ଷା ନିଶାନ୍ତ ଡାଗା, ୱାର୍ଡ ସଭ୍ୟ ସଭ୍ୟା ମାନେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏନଏସି ସାଧାରଣ କାର୍ଯ୍ୟ ପାଇଁ କର୍ମଚାରୀଙ୍କୁ ନିୟୋଜନ ପରେ ଅନ୍ୟ ସରକାରୀ କର୍ମଚାରୀଙ୍କୁ ସର୍ଭେ କାର୍ଯ୍ୟରେ ବ୍ୟବହାର ପାଇଁ ନିବେଦନ କରିଥିଲେ । ଏନଏସି କାର୍ଯ୍ୟାଳୟ ସିଧାସଲଖ ଜନସାଧରଣଙ୍କ ସହ ସମ୍ପର୍କ ସ୍ଥାପନ ହେବାରୁ ସେବା ପ୍ରଦାନ କାରୀ ସଂସ୍ଥା ରୂପେ ସରକାରୀ ଯୋଜନାକୁ ସଫଳ ରୂପାୟନ କରିଥାଏ ।

hiranchal ad1
Leave A Reply

Your email address will not be published.

fifteen + 12 =