ସାମୁହିକ ବିବାହ କରାଇଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

0 30

ନୂଆପଡା : ନୂଆପଡା ଜିଲ୍ଲା ଖରିଆର ରୋଡ଼ ସ୍ଥିତ ରସିକ ଲାଲ କାଞ୍ଚନ ବେଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୫ ଯୋଡ଼ା ଯୁବକଯୁବତୀଙ୍କୁ ସାମୁହିକ ବିବାହ ବନ୍ଧନରେ ଆବଦ୍ଧ କରିଛନ୍ତି ଓଡିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ତାଙ୍କ ଧର୍ମ ପତ୍ନୀ କଳ୍ପନା ଢୋଲକିଆ । ଦୀର୍ଘ ୧୧ ବର୍ଷ ଧରି ନିଜର ବିବାହ ବାର୍ଷିକ ଉତ୍ସବରେ ୨୫ ଯୋଡ଼ା ବର କନ୍ୟାକୁ ବିବାହ ବନ୍ଧନରେ ବାନ୍ଧି ତାଙ୍କ ସୁଖମୟ ଜୀବନ କାମନା କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ମନ୍ତ୍ରୀ ଏହି ଅଭିନବ ପ୍ରୟାସ କରିଛନ୍ତି । ତାଙ୍କର ଏହିଭଳି ଉଦ୍ୟମକୁ ଅଂଚଳବାସୀ ଖୁବ ପ୍ରଶଂସା କରିଛନ୍ତି । ବିଭିନ୍ନ କାରଣରୁ ଯୁବକଯୁବତୀମାନେ ବିବାହ ନ ହୋଇ ରହିଯାଉଛନ୍ତି । ତେଣୁ ଅନେକ ସହାୟତା ପ୍ରଦାନ କରିବା ସହ ସାମୂହିକ ଭୋଜି ଭାତର ଆୟୋଜନ କରି ତାଙ୍କୁ ବିବାହ କରାଉଛନ୍ତି । ଫଳରେ ଯୁବକଯୁବତୀମାନେ ବିବାହ କରି ଜୀବନକୁ ଏକ ନୂତନ ରୂପେ ଆରମ୍ଭ କରିବାର ସୁଯୋଗ ପାଇଛନ୍ତି । ତେଣୁ ବରକନ୍ୟା ପକ୍ଷରୁ ତାଙ୍କୁ ଅଶେଷ ଶୁଭେଚ୍ଛା ଜଣାଇବା ସହ ଏଭଳି ଉଦ୍ୟମ ପାଇଁ ସେ ପ୍ରଶଂସାର ପାତ୍ର ଅଟନ୍ତି ବୋଲି ସେମାନେ କହିଛନ୍ତି । ଜନ କଲ୍ୟାଣ କାର୍ଯ୍ୟ ପାଇଁ ବିଧାୟକ ଅଞ୍ଚଳରେ ପରିଚୟ ଥିବା ସହ ଜୀବନକୁ ସେବା ପାଇଁ ଉସର୍ଗିକୃତ କରିଛନ୍ତି । ଏହି ଅବସରରେ ପୋଷାକ ବଣ୍ଟନ ମଧ୍ୟ କରିଛନ୍ତିା

hiranchal ad1
Leave A Reply

Your email address will not be published.

fifteen − seven =