ଆନନ୍ଦ ମୃତ୍ୟୁ ମାମଲା: ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍‌

0 29

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଆନନ୍ଦ ଟପୋ ମୃତ୍ୟୁ ମାମଲା । ବିରେନ୍ଦ୍ର ଲାକ୍ରାକୁ କ୍ଲିନଚିଟ୍‌ । ବିରେନ୍ଦ୍ର ଲାକ୍ରାକୁ କ୍ଲିନଚିଟ ଦେଲା କମିଶନରେଟ ପୋଲିସ । ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କହିଛି ପୋଲିସ । ମୃତ୍ୟୁ ଆତ୍ମହତ୍ୟାଜନିତ ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ । ପୋଷ୍ଟମର୍ଟମ,ଭିସେରା ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା । ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ବାପା । ବୀରେନ୍ଦ୍ର ଲାକ୍ରା ଓ ଜଣେ ବାନ୍ଧବୀ ସଂପୃକ୍ତ ଥିବା ଅଭିଯୋଗ କରିଥିଲେ । ଏନେଇ ହାଇକୋର୍ଟରେ ଅପିଲ ପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ୨୦୨୨ ଫେବୃଆରୀ ମାସରେ ଇନ୍‌ଫୋସିଟି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟରେ ଆନନ୍ଦ ଆତ୍ମହତ୍ୟା କରିଥିଲେ । ଆନନ୍ଦଙ୍କ ପରିବାର ପକ୍ଷରୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ପ୍ରେମିକା ମଞ୍ଜିତ ଟପୋଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ ।
ସେହି ସମୟରେ ଇନ୍‌ଫୋସିଟି ଥାନା ପୋଲିସ ଏହି ଘଟଣାକୁ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଶେଷ କରିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେର୍ଶ ପରେ ଭୁବନେଶ୍ୱର ଡିସିପି ପୁଣି ତଦନ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − eight =