୩୦ ବୋତଲ କଫ ସିରପ ଜବତ, ୨ ଗିରଫ

0 127

ପାଟଣାଗଡ଼ : ଲରମ୍ଭା ପୁଲିସ ୩୦ ବୋତଲ କଫ୍‌ ସିରପ, ୩ ଟ୍ରିପ ନିଶା ବଟିକା ସହ ନଗଦ ୬୪୦୦ଟଙ୍କା ଜବତ୍‌ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତମିଆଁ ପଞ୍ଚାୟତ ଅଏଁଲାତୁଙ୍ଗା ଗ୍ରାମର ସଞ୍ଜବ ପଣ୍ଡା (୩୦) ଓ ଦେଉଲଗାଁ ପଞ୍ଚାୟତ ଘୁମେର ଗାଁର ପ୍ରମୋଦ ସାହୁ (୨୦) । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସଞ୍ଜିବ ଜଣେ ନୂଆ ଗ୍ରାହକଙ୍କୁ ସାମ୍ପୁଲ ଦେଖାଇବା ପାଇଁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନିତ ଦୂରରେ ଛିଡା ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲରମ୍ଭା ପୁଲିସ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ତାକୁ କାବୁ କରିଥିଲା । ଛାନଭିନ ପରେ ତାଠାରୁ କିଛି କଫ ସିରପ ପାଇଥିଲା । ଘଟଣା ସ୍ଥଳରୁ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା । ଥାନାରେ ସଞ୍ଜିବଙ୍କୁ ପଚରାଉଚରା ପରେ ଘୁମେର ଗାଁର ପ୍ରମୋଦ ସାହୁଙ୍କ ଘରେ ଚଢ଼ାଉ କରିବା ସମୟରେ ପୁଲିସ କିଛି କଫ ସିରପ ସହ ପ୍ରମୋଦକୁ ଘଟଣା ସ୍ଥଳରୁ ଗିରଫ କରି ଥାନାକୁ ଆଣିଥିଲା ।
ଉଭୟ ଅଭିଯୁକ୍ତଙ୍କଠାରୁ ୩୦ ବୋତଲ କଫ୍‌ ସିରପ,୩ ଟ୍ରିପ ନିଶା ବଟିକା ଓ ନଗଦ ୬୪୦୦ ଟଙ୍କା ପୁଲିସ ଜବତ କରିଥିଲା । ଆଜି ମଧ୍ୟାହ୍ନ ସମୟରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଥାଉ କି ଲୁହାସିଂହା ଅଞ୍ଚଳର ଜନୈକ କରେକ୍ସ ମାଫିଆଙ୍କ ନାମରେ ପୁଲିସ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଦେଉଳ ଗାଁ ପଞ୍ଚାୟତର ତାର ଜଣେ ମୁଖ୍ୟ ସହଯୋଗୀ ବର୍ତ୍ତମାନ ଏହି ର‍୍ୟାକେଟ ଚଲାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

thirteen + nine =